କୁମାର ସାନୁଙ୍କୁ କରୋନା

କୁମାର ସାନୁଙ୍କୁ କରୋନା

The Indian Express

ପ୍ରଖ୍ୟାତ କଣ୍ଠଶିଳ୍ପୀ କୁମାର ସାନୁ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏଥିପାଇଁ ସେ ତାଙ୍କର ଲସ୍‌-ଏଞ୍ଜେଲ୍‌ସ୍‌ ଗସ୍ତକୁ ବାତିଲ୍‌ କରିଛନ୍ତି। ଆମେରିକାରେ ରହୁଥିବା ତାଙ୍କ ପରିବାରକୁ କୁମାର ୯ ମାସ ହେଲା ଭେଟିନାହାନ୍ତି। ଗତ ବୁଧବାର ସେ ଆମେରିକା ଯିବାକୁ ଯୋଜନା କରିଥିଲେ। କିନ୍ତୁ ଏବେ ସେ ସଂକ୍ରମିତ ହୋଇଥିବାରୁ ନିଜ ପରିବାର ପାଖକୁ ଯିବା ସମ୍ଭବ ନୁହେଁ। କୁମାର କହିଥିଲେ, ଅକ୍ଟୋବର ୨୦ ତାରିଖରେ ମୋ ଜନ୍ମଦିନ ପଡ଼ୁଥିବାରୁ ମୋ ପରିବାର ସହ ପାଳନ କରିବି। ପତ୍ନୀ ସଲୋନି, ଝିଅ ଶାନନ୍‌ ଓ ଆନାବେଲ୍‌ ମୋର ବହୁତ ମନେ ପଡ଼ୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe