Advertisment

ଯମଜ ସନ୍ତାନଙ୍କୁ ଜନ୍ମ ଦେଲେ 'କୁଣ୍ଡଲି ଭାଗ୍ୟ' ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା

Advertisment

ଟେଲି ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା ଏବେ ମା’ ହୋଇଛନ୍ତି। ସେ ଯମଜ ସନ୍ତାନ ଜନ୍ମ ଦେଇଥିବା ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିବା ପରେ ଏହି ଖବର ସାମ୍ନାକୁ ଆସିଛି ।

ଟେଲି ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା ଏବେ ମା’ ହୋଇଛନ୍ତି। ସେ ଯମଜ ସନ୍ତାନ ଜନ୍ମ ଦେଇଥିବା ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିବା ପରେ ଏହି ଖବର ସାମ୍ନାକୁ ଆସିଛି ।

tsradhar

ମୁମ୍ବାଇ: ମା’ ବନିଲେ ଲୋକପ୍ରିୟ ଟେଲି ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା। ନଭେମ୍ବର ୨୯ରେ ତାଙ୍କର ପ୍ରସବ ହୋଇଥିବା ବେଳେ ଆଜି ସେ ଏହି ଖୁସି ଖବର ନିଜ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ଶ୍ରଦ୍ଧା ଏକା ସାଙ୍ଗରେ ଗୋଟାଏ ପୁଅ ଓ ଗୋଟାଏ ଝିଅକୁ ଅର୍ଥାତ୍ ଯମଜ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଶ୍ରଦ୍ଧା ତାଙ୍କ ପ୍ରଶଂସକଙ୍କ ସହ ମା’ ହେବାର ଖୁସି ବାଣ୍ଟିଛନ୍ତି। 

ଭିଡିଓରେ ଶ୍ରଦ୍ଧା ଉଭୟ ପିଲାଙ୍କୁ କୋଳରେ ଧରି ବସିଛନ୍ତି। ଏହା ସହ 'ବେବି ଗର୍ଲ' ଓ 'ବେବି ବଏ' ଲେଖାଥିବାର ବେଲୁନ ପଛରେ ରହିଛି। ଅଭିନେତ୍ରୀଙ୍କ ଏହି ପୋଷ୍ଟ ପରେ ଏବେ ତାଙ୍କ ବନ୍ଧୁଙ୍କ ସମେତ ପ୍ରଶଂସକମାନେ ମଧ୍ୟ ଶୁଭେଚ୍ଛା ଦେବା ଆରମ୍ଭ କରିଛନ୍ତି।

ଶ୍ରଦ୍ଧାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ସେ ନଭେମ୍ବର ୨୦୨୧ରେ ଭାରତୀୟ ନୌସେନା ଅଧିକାରୀ ରାହୁଲ ନାଗଲଙ୍କୁ ବିବାହ କରିଥିଲେ। ଶ୍ରଦ୍ଧାଙ୍କ ବିବାହରେ କେବଳ ଅଳ୍ପ କିଛି ବିଶେଷ ବ୍ୟକ୍ତି ଯୋଗ ଦେଇଥିଲେ। ଶ୍ରଦ୍ଧା ଚଳିତ ବର୍ଷ ସେପ୍ଟେମ୍ବରରେ ଗର୍ଭବତୀ ଥିବା ନେଇ ଘୋଷଣା କରିଥିଲେ। ଶ୍ରଦ୍ଧା ତାଙ୍କ ସୋ’ କୁଣ୍ଡଲି ଭାଗ୍ୟ ପାଇଁ ଜଣାଶୁଣା | ସୋ’ରେ ପ୍ରୀତା ଭୂମିକାରେ ଅଭିନୟ କରିଥିଲେ ଶ୍ରଦ୍ଧା। ପ୍ରୀତା ଚରିତ୍ରରେ ଅଭିନୟ କରି ଶ୍ରଦ୍ଧା ଘରେ ଘରେ ପ୍ରସିଦ୍ଧ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe