'କ୍ୟୁଁକି ସାସ ଭି କଭି ବହୁ ଥି'ର ଦ୍ୱିତୀୟ ସିଜିନରେ ସ୍ମୃତି ଇରାନୀଙ୍କ ପାରିଶ୍ରମିକ କେତେ ରହିଛି ଆସନ୍ତୁ ଜାଣିବା

Advertisment

‘କ୍ୟୁଁଙ୍କି ସାସ ଭି କଭି ବହୁ ଥି -୨’ରେ ସବୁଠାରୁ ମହଙ୍ଗା ଅଭିନେତ୍ରୀ ଭାବରେ ଫେରିଛନ୍ତି ସ୍ମୃତି ଇରାନୀ। ଏହି ସୋ’ ପାଇଁ ସ୍ମୃତି ନେଇଛନ୍ତି ୧୪ ଲକ୍ଷ ଟଙ୍କାର ପାରିଶ୍ରମିକ ।

‘କ୍ୟୁଁଙ୍କି ସାସ ଭି କଭି ବହୁ ଥି -୨’ରେ ସବୁଠାରୁ ମହଙ୍ଗା ଅଭିନେତ୍ରୀ ଭାବରେ ଫେରିଛନ୍ତି ସ୍ମୃତି ଇରାନୀ। ଏହି ସୋ’ ପାଇଁ ସ୍ମୃତି ନେଇଛନ୍ତି ୧୪ ଲକ୍ଷ ଟଙ୍କାର ପାରିଶ୍ରମିକ ।

New Project (26)

ମୁମ୍ବାଇ: ଏକତା କପୁରଙ୍କ ଲୋକପ୍ରିୟ ସୋ' 'କ୍ୟୁଁକି ସାସ ଭି କଭି ବହୁ ଥି' ଦ୍ୱିତୀୟ ସିଜିନ୍ ସହିତ ଟିଭିକୁ ଫେରିଛି।  ଜୁଲାଇ ୨୯ରୁ 'କ୍ୟୁଁଙ୍କି ସାସ ଭି କଭି ବହୁ ଥି -୨'ର ପ୍ରସାରଣ ଆରମ୍ଭ ହୋଇଯାଇଛି। ସୋ'ର ଏପିସୋଡ୍ଗୁଡ଼ିକ ଜିଓ ହଟଷ୍ଟାରରେ ମଧ୍ୟ ଉପଲବ୍ଧ ହେବ। ତେବେ ଆସନ୍ତୁ ଚଳିତ ସିଜିନରେ ସବୁଠାରୁ ମହଙ୍ଗା ଅଭିନେତା ଓ ଅଭିନେତ୍ରୀ କିଏ ରହିଛନ୍ତି ଜାଣିବା।

ଅଭିନେତା ଅମର ଉପାଧ୍ୟାୟ 'କ୍ୟୁଁଙ୍କି ସାସ ଭି କଭି ବହୁ ଥି ୨'ରେ ମିହିର ବିରାନି ଭାବରେ ପୁଣି ଥରେ ଫେରିଛନ୍ତି। ସେ ଏହି ସୋ’ ପାଇଁ ୧.୫ ଲକ୍ଷ ଟଙ୍କା ପାରିଶ୍ରମିକ ନେଇଥିବା ବେଳେ ହିତେନ ତେଜୱାନିଙ୍କ ପାରିଶ୍ରମିକ ମଧ୍ୟ ୧.୫ ଲକ୍ଷ ଟଙ୍କା ରହିଛି।

ସେହିପରି ଏହି ସୋ’ରେ ନଜର ଆସୁଥିବା ଅଭିନେତା ଶକ୍ତି ଆନନ୍ଦ ୮୦ ରୁ ୧.୫ ଲକ୍ଷ ଟଙ୍କା, ଅଭିନେତ୍ରୀ କମଲିକା ଗୁହା ଠାକୁର୍ତା ଓ କେତକି ଡାଭେ ୫୦ ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ନେଇଥିବା ଜଣାପଡ଼ିଛି।

ଏହି କ୍ରମରେ ଦେଖିବାକୁ ଗଲେ ଦର୍ଶକଙ୍କ ସବୁଠାରୁ ପସନ୍ଦର ଭୂମିକା ତୁଳସୀ ଭିରାନି ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ  ସ୍ମୃତି ଇରାନୀ ‘କ୍ୟୁଁଙ୍କି ସାସ ଭି କଭି ବହୁ ଥି -୨’ରେ ସବୁଠାରୁ ମହଙ୍ଗା ଅଭିନେତ୍ରୀ ଭାବରେ ଫେରିଛନ୍ତି। ଏହି ସୋ’ ପାଇଁ ସ୍ମୃତି ୧୪ ଲକ୍ଷ ଟଙ୍କାର ପାରିଶ୍ରମିକ ନେଇଛନ୍ତି।

ସୂଚନାଯୋଗ୍ୟ, ‘କ୍ୟୁଁଙ୍କି ସାସ ଭି କଭି ବହୁ ଥି’ର ପ୍ରଥମ ସିଜିନ୍ ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହି ସୋ’ ୨୦୦୮ ମସିହାରେ ଶେଷ ହୋଇ ଯାଇଥିଲା। ଏହି ସୋ’ର ୧୮୩୩ଟି ଏପିସୋଡ୍ ରହିଥିଲା। ‘କ୍ୟୁଁଙ୍କି ସାସ ଭି କଭି ବହୁ ଥି’ର ପ୍ରଥମ ସିଜିନକୁ ଆଜି ପର୍ଯ୍ୟନ୍ତ ବି ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe