ମୁହାଁମୁହିଁ ହେଲେ ସରଗୁନ-ଆମୀର: ଜାଣନ୍ତୁ କାହିଁକି ପୂରା ଫିଲ୍ମ ଦେଖିବାକୁ ପରାମର୍ଶ ଦେଲେ ଅଭିନେତା

ମୁହାଁମୁହିଁ ହେଲେ ସରଗୁନ-ଆମୀର: ଜାଣନ୍ତୁ କାହିଁକି ପୂରା ଫିଲ୍ମ ଦେଖିବାକୁ ପରାମର୍ଶ ଦେଲେ ଅଭିନେତା

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର୍‌ ପର୍‌ଫେକ୍ଟ କୁହାଯାଉଥିବା ଅଭିନେତା ଆମୀର ଖାନଙ୍କ ଫିଲ୍ମ ଲାଲ୍‌ ସିଂହ ଚଢ଼ା ଅଗଷ୍ଟ ୧୧ରେ ରିଲିଜ ହେବ। ସବୁଥର ଆମୀରଙ୍କ ଫିଲ୍ମକୁ ଦର୍ଶକ ଦେଖିବା ପାଇଁ ଅନାଇ ବସିଥିବା ବେଳେ ଏଥର କିନ୍ତୁ ସେଭଳି କିଛି ଘଟିନାହିଁ। ରିଲିଜ ପୂର୍ବରୁ ‘ବଏକଟ୍‌ ଲାଲ୍‌ ସିଂହ ଚଢ଼ା’ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ଫିଲ୍ମ ବିରୋଧରେ ଦର୍ଶକଙ୍କ ଏଭଳି ପ୍ରତିକ୍ରିୟା ଦେଖି ଆମୀର ଖାନ ଦୁଃଖ ପ୍ରକାଶ କରିଥିବା ବେଳେ ଏବେ ପଞ୍ଜାବୀ ଅଭିନେତ୍ରୀ ସରଗୁନ ମେହତା ଆମୀରଙ୍କୁ ସମାଲୋଚନା କରିଛନ୍ତି।

आमिर खान और सरगुन मेहता aajtak

ଫିଲ୍ମରେ ଆମୀର ପଞ୍ଜାବୀ ଭାଷାର ଉଚ୍ଚାରଣ ଠିକ ଭାବରେ କରିପାରିନାହାନ୍ତି। ଆଉ ଟିକେ ପରିିଶ୍ରମ କରିବାର ଥିଲା ବୋଲି କହିଥିଲେ ସରଗୁନ। ଏବିଷୟରେ ଜାଣିବା ପରେ ଆମୀର ତାଙ୍କୁ ନିଜ ଢ଼ଙ୍ଗରେ ଜବାବ ଦେଇଛନ୍ତି। ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ଆମୀର ଖାନ ସରଗୁନ ଏବଂ ତାଙ୍କୁ ସମାଲୋଚନା କରୁଥିବା ଲୋକଙ୍କୁ ଜବାବ ଦେଇ କହିଛନ୍ତିି ଯେ, ଟ୍ରେଲରଟି ମାତ୍ର ୨ମିନିଟ୍ ଲମ୍ବା ଏବଂ ଆମର ଚଳଚ୍ଚିତ୍ର ହେଉଛି ୨.୩୦ଘଣ୍ଟା। ଯଦି ଆପଣ ପୁରା ଫିଲ୍ମ ଦେଖିବା ପରେ ମତାମତ ଦେବେ ତେବେ ଭଲ ହେବ।

ଏହା ପୂର୍ବରୁୁ ଆମୀର କହିଥିଲେ ଯେ, ଫିଲ୍ମକୁ ବଏକଟ କରିବା ପାଇଁ ଆରମ୍ଭ ହୋଇଥିବା ଟ୍ରେଣ୍ଡକୁ ଦେଖି ମୁଁ ଦୁଃଖିତ। ଏହା ସହିତ ମୁଁ ଭାରତକୁ ଭଲପାଏ ନାହିଁ ବୋଲି କିଛି ଲୋକ କହୁଥିବା ଜାଣି ମୋତେ ଆହୁରି ଖରାପ ଲାଗୁଛି। କିନ୍ତୁ ଏହା ସତ୍ୟ ନୁହେଁ। ଦୟାକରି ମୋ ଚଳଚ୍ଚିତ୍ରକୁ ବଏକଟ କରନ୍ତୁ ନାହିଁ। ଦୟାକରି ମୋର ଚଳଚ୍ଚିତ୍ର ଦେଖନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe