ରିଲିଜର ୧୦ମ ଦିନରେ ମାତ୍ର ଏତିକି କୋଟି ଆୟ କଲା ଆମୀରଙ୍କ ଫିଲ୍ମ

Advertisment
ରିଲିଜର ୧୦ମ ଦିନରେ ମାତ୍ର ଏତିକି କୋଟି ଆୟ କଲା ଆମୀରଙ୍କ ଫିଲ୍ମ

aajtak

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢ଼ା’ ବକ୍ସ ଅଫିସରେ ଫ୍ଲପ ବୋଲି ପ୍ରମାଣ ହେବାରେ ଲାଗିଛି। ଅଦ୍ବୈତ ଚନ୍ଦନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ରିଲିଜ୍ ସପ୍ତାହରେ ୫୫କୋଟିରୁ କମ୍ ରୋଜଗାର କରିଛି। ଫିଲ୍ମଟି ଅଗଷ୍ଟ ୧୧ରେ ରିଲିଜ୍ ହୋଇଥିବା ବେଳେ ଦିନ ଗଡ଼ିବ‌ା ସହ କମ ହେବାରେ ଲାଗିଛି ଫିଲ୍ମର ବକ୍ସ ଅଫିସର ଆୟ। ଫିଲ୍ମଟି ଏପର୍ଯ୍ୟନ୍ତ ମାତ୍ର ୫୪ କୋଟି ଆୟ କରିଥିବା ବେଳେ ୧୦ମ ଦିନର ଆୟ ସବୁଠୁ ଖରାପ ରହିଥିବା ସାମ୍ନାକୁ ଆସିଛି।

ଖବର ଅନୁଯାୟୀ, ଆମୀର ଖାନଙ୍କ ଫିଲ୍ମ ଦଶମ ଦିନରେ ମାତ୍ର ୧.୫୦ କୋଟି ଟଙ୍କା ରୋଜଗାର କରିଛି। ଭଲ ରିଭ୍ୟୁଜ ପରେ ମଧ୍ୟ ବକ୍ସ ଅଫିସରେ ଲାଲ ସିଂ ଚଢ଼ା ଫ୍ଲପ ହୋଇଛି। ଆଗକୁ ଫିଲ୍ମ ଲାଇଗର ରିଲିଜ ହେବାକୁ ଥିବା ବେଳେ ଏହି ଫିଲ୍ମଟି ରିଲିଜ୍ ପରେ ଲାଲ ସିଂ ଚଢ଼ାର ସ୍କ୍ରିନିଂ ବନ୍ଦ ହୋଇଯିବ ବୋଲି ଚର୍ଚ୍ଚା ଜୋର ଧରିଛି।

ଆମୀର ଖାନଙ୍କ ଜାତୀୟ ବିରୋଧୀ ବକ୍ତବ୍ୟକୁ ମନେ ପକାଇ ଲୋକମାନେ ଏହି ଫିଲ୍ମକୁ ବଏକଟ କରିବାରୁ ରିଲିଜ ପରେ ବକ୍ସ ଅଫିସରେ ଏହି ଫିଲ୍ମ ଭଲ ବ୍ୟବସାୟ କରିପାରିନାହିଁ। ୪ବର୍ଷ ପରେ ଆମୀର ପ୍ରେକ୍ଷାଳୟକୁ ଫେରିଥିଲେ ବି ତାଙ୍କୁ ଦର୍ଶକଙ୍କ ଭଲପାଇବା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe