See Latest
ମୁମ୍ବାଇ: ଫିଲ୍ମ ‘ଲାଲ୍ ସିଂହ ଚଢ଼ା’କୁ ନେଇ ସୋସିଆଲ୍ ମିଡିଆରେ ବୟକଟ୍ ଟ୍ରେଣ୍ଡ୍ ଚାଲିଥିବା ବେଳେ ଏଭ ଭଲ ଖବର ବି ହସ୍ତଗତ ହୋଇଛି। ଆଜି ପ୍ରେକ୍ଷାଳୟ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପରେ ଏହାର ରିଭିୟୁ ଖୁବ୍ ଭଲ ଆସିଛି।
ଆଜ୍ତକ୍ରେ ପ୍ରକାଶ ପାଇଥିବା ଏକ ରିଭ୍ୟୁରେ ଲେଖାଯାଇଛି ଯେ ‘ଏହା ଏକ ଜବରଦସ୍ତ ଚଳଚ୍ଚିତ୍ର। ବହୁତ ସମୟ ପରେ ଏପରି ଏକ ଫିଲ୍ମ ଆସିଛି ଯାହାକି ନିଜର ବିଷୟବସ୍ତୁକୁ ନେଇ ଦର୍ଶକଙ୍କ ମନରେ ଛାଇଯିବ। ଗୀତ, ନାଚ ଆଦିକୁ ଗୁରୁତ୍ବ ଦିଆ ନଯାଇ ମଧ୍ୟ ଚଳଚ୍ଚିତ୍ରଟି ଅାପଣଙ୍କ ମନକୁ କିଣିନେବ। ଖାଲି ଆପଣ କାହିଁକି, ଚଳଚ୍ଚିତ୍ରଟିକୁ ଦେଖିବା ପାଇଁ ନିଜ ପରିବାର ସହ ଯାଆନ୍ତୁ। ଏଥିରେ ଆମ ଦେଶର ଇତିହାସ ସଂପର୍କରେ ବି ତଥ୍ୟ ଦେଖିବାକୁ ମିଳିବ। ଏଥର ଚଳଚ୍ଚିତ୍ର ସହିତ ପୂରା ନ୍ୟାୟ ହୋଇଛି।’
ବଲିଉଡ୍ ଅଭିନେତା ଅମିର ଖାନ୍ଙ୍କର କେତେକ ପୁରୁଣା ହିନ୍ଦୁବିରୋଧୀ ମନ୍ତବ୍ୟ ପାଇଁ ବର୍ତ୍ତମାନ ତାଙ୍କ ଦ୍ବାରା ଅଭିନୀତ ଫିଲ୍ମ ‘ଲାଲ୍ ସିଂହ ଚଢ଼ା’କୁ ଲୋକମାନେ ବୟକଟ୍ କରିବା ପାଇଁ ସୋସିଆଲ ମିଡ଼ିଆରେ ଅଭିଯାନ ଚଳାଇଛନ୍ତି। ବୟକଟ-ଲାଲ୍ସିଂହ-ଚଢ଼ା ହାସ୍ଟ୍ୟାଗ୍ ଭାଇରାଲ ହୋଇଛି।
ଗୁରୁବାର ରିଲିଜ୍ ହେବାକୁ ଥିବା ଫିଲ୍ମକୁ ପ୍ରମୋଟ କରିବା ପାଇଁ ଅମିର ଖାନ୍ ଲାଗିପଡ଼ିଥିବା ବେଳେ ମଙ୍ଗଳବାର ସେ ଦିଲ୍ଲୀ ଯାଇଥିଲେ ଏବଂ ବୟକଟ୍ ଟ୍ରେଣ୍ଡ୍ର ନିରସନ ପାଇଁ ଉଦ୍ୟମ କରିଥିଲେ। ଏହି ଅବସରରେ ସାମ୍ବାଦିକମାନଙ୍କ ଆଗରେ ସେ କହିଥିଲେ- ଯଦି ମୁଁ କାହା ମନରେ କୌଣସି ପ୍ରକାରେ କଷ୍ଟ ଦେଇଥାଏ, ତେବେ ସେଥିପାଇଁ ମୁଁ କ୍ଷମା ମାଗୁଛି। କାହା ମନରେ ଆଘାତ ଦେବାକୁ ମୁଁ ଚାହେ ନାହିଁ। ଯଦି କିଏ ଫିଲ୍ମ ଦେଖିବାକୁ ନ ଚାହାନ୍ତି, ମୁଁ ତାଙ୍କ ଭାବନାକୁ ସମ୍ମାନ ଦେଉଛି। କିନ୍ତୁ ଯଦି ସେମାନେ ଫିଲ୍ମ ଦେଖିବାକୁ ଯିବେ ତେବେ ମୁଁ ଖୁସି ହେବି ଏବଂ ଆମର ଶ୍ରମ ସାର୍ଥକ ହେବ। ବହୁ ଲୋକ ଏଥିପାଇଁ କଠିନ ପରିଶ୍ରମ କରିଛନ୍ତି। ମୁଁ ଆଶା କରୁଛି ଲୋକଙ୍କୁ ଏହା ଭଲ ଲାଗିବ।
Follow Us