' ବୁର୍ଖା ସିଟି'ର ନକଲ 'ଲାପତା ଲେଡିଜ୍' ! କିରଣଙ୍କୁ ଟ୍ରୋଲ୍ କଲେ ଲୋକେ

Advertisment

କୁହାଯାଉଛି ଯେ "ଲାପତା ଲେଡିଜ୍" ଆରବୀୟ ଚଳଚ୍ଚିତ୍ର "ବୁର୍ଖା ସିଟି"ର ନକଲ। ବୁର୍କା ସିଟି ଦେଖିବା ପରେ ଲାପତା ଲେଡିଜ୍ ସହିତ ଏହାର କାହାଣୀ ମିଶୁଥିବା ଲୋକେ ଦାବି କରିଛନ୍ତି। 

କୁହାଯାଉଛି ଯେ "ଲାପତା ଲେଡିଜ୍" ଆରବୀୟ ଚଳଚ୍ଚିତ୍ର "ବୁର୍ଖା ସିଟି"ର ନକଲ। ବୁର୍କା ସିଟି ଦେଖିବା ପରେ ଲାପତା ଲେଡିଜ୍ ସହିତ ଏହାର କାହାଣୀ ମିଶୁଥିବା ଲୋକେ ଦାବି କରିଛନ୍ତି। 

tburqa

ନୂଆଦିଲ୍ଲୀ: କିରଣ ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ଲାପତା ଲେଡିଜ୍' ୯୭ତମ ଏକାଡେମୀ ଆୱାର୍ଡ (ଓସ୍କାର)ପାଇଁ ଆନୁଷ୍ଠାନିକ ଭାବେ ପ୍ରବେଶ କରିଥିଲା। କିନ୍ତୁ, ଏହି ଫିଲ୍ମ ଫାଇନାଲ ଦୌଡ଼ରେ ସ୍ଥାନ ପାଇପାରିଲା ନାହିଁ। ଏହି ଚଳଚ୍ଚିତ୍ରରେ ପ୍ରତିଭା ରାଣ୍ଟା, ନୀତାଂଶୀ ଗୋୟଲ ଏବଂ ସ୍ପର୍ଶ ଶ୍ରୀବାସ୍ତବ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ପୂର୍ବରୁ ଏହି ଫିଲ୍ମର କାହାଣୀ ଉପରେ ପ୍ରଶ୍ନ ଉଠିଥିବା ବେଳେ ଏବେ ପୁଣି ଥରେ ଏହି ଫିଲ୍ମର ମୌଳିକତା ଉପରେ ପ୍ରଶ୍ନ ଉଠିଛି। ଏଥର ପୁଣି ଥରେ କିରଣ ରାଓଙ୍କ ଉପରେ "ବୁର୍ଖା ସିଟି" ଦେଖିବା ପରେ ଲାପତା ଲେଡିଜ୍ ସହିତ ଏହାର କାହାଣୀ ମିଶୁଥିବା ଲୋକେ ଦାବି କରିଛନ୍ତି। 

"ବୁର୍ଖା ସିଟି"ରେ ଦେଖାଯାଇଛି ଯେ, ଜଣେ ନବବିବାହିତ ଯୁବକ ତାଙ୍କ ପତ୍ନୀଙ୍କୁ ଖୋଜୁଛନ୍ତି, ତାଙ୍କ ପତ୍ନୀଙ୍କ ସ୍ଥାନରେ ଘରକୁ ବୁର୍ଖା ପିନ୍ଧିଥିବା ଅନ୍ୟ ଜଣେ ମହିଳା ଆସିଯାଇଛନ୍ତି। "ବୁର୍ଖା ସିଟି" ହେଉଛି ଫାବ୍ରିସ୍ ବ୍ରାକ୍‌ଙ୍କ ଦ୍ବାରା ନିର୍ଦ୍ଦେଶିତ ଏକ ୨୦ମିନିଟର ଆରବିକ କମେଡି। ଓମର ମେବ୍ରୋକ୍, ଚାଦିଆ ଅମଜୋଦ୍, ଜଲାଲ୍ ଅଲତାୱିଲ୍ ଏବଂ ନୋମନ ହୋସନିଙ୍କ ଅଭିନୀତ ଏହି ଫିଲ୍ମଟି ୨୦୧୯ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମର କାହାଣୀ ମଧ୍ୟପ୍ରାଚ୍ୟର ଏକ ସହରର, ଯେଉଁଠାରେ ମହିଳାମାନେ ବୁର୍ଖା ପିନ୍ଧନ୍ତି। ବିବାହ ପରେ ଯୁବକଜଣକ ଜାଣିପାରନ୍ତି ଯେ ସେ ଭୁଲ ମହିଳାଙ୍କ ସହିତ ଘରକୁ ଆସିଛନ୍ତି। ବୁର୍ଖା ସିଟିକୁ ଆପଣ ଏବେ ଆମାଜନ ପ୍ରାଇମ୍ ଭିଡିଓରେ ଦେଖିପାରିବେ। ଏହି ଭିଡିଓଟି ଭାଇରାଲ ହେବା ପରେ ଏବେ ଲୋକେ କିରଣଙ୍କୁ ଟ୍ରୋଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe