ମହିଳାଙ୍କୁ ହାତ ଯୋଡି କ୍ଷମା ମାଗିିଲେ ରଣବୀର କପୁର , ଜାଣନ୍ତୁ କାହିଁକି ଏମିତି ହେଲା

Advertisment
ମହିଳାଙ୍କୁ ହାତ ଯୋଡି କ୍ଷମା ମାଗିିଲେ ରଣବୀର କପୁର , ଜାଣନ୍ତୁ କାହିଁକି ଏମିତି ହେଲା

photo-hindustantimes.com

ମୁମ୍ବାଇ:ବଲିଉଡର ବରିଷ୍ଠ ଅଭିନେତା ଋଷି କପୁର ଅନେକ ସମୟରେ ଅଯଥାରେ ବିବାଦଭିତରକୁ ଠେଲି ହୋଇଯାନ୍ତି। କେତେବେଳେ ନିଜର ମନ୍ତବ୍ୟପାଇଁ ତ ପୁଣି କେତେବେଳେ ନିଜର କାରନାମା ଲାଗି ବି ବିବାଦୀୟ ହୋଇଛନ୍ତି ସେ। ଏବେ ପୁଣି ଏକ ବ୍ୟକ୍ତଗତ ପ୍ରସଙ୍ଗ ପାଇଁ ବିବାଦୀୟ ହୋଇଛନ୍ତି ଋଷି କପୁର । କଥା କ’ଣ କି ଋଷି କପୁର ତାଙ୍କ ପତ୍ନୀ ନୀତୁ ସିଂହ, ପୁଅ ରଣବୀର କପୁର ଏବଂ ଝିଅ ରିଧିମାଙ୍କ ସହ ମୁମ୍ବାଇର ଏକ ରେସ୍ତୁରାଁରେ ଡିନର କରିବାକୁ ଯାଇଥିଲେ। ସେଠାରେ ଜଣେ ମହିଳା ବି ଡିନର କରିବାକୁ ଯାଇଥିଲେ।

publive-image photo-navbharattimes

ଖିଆପିଆ ସରିବାପରେ ଯେତେବେଳେ ଋଷି କପୁର ଏବଂ ତାଙ୍କ ପରିବାର ଯିବାକୁ ବାହାରିଲେ ,ସେତେବେଳେ ଉକ୍ତ ମହିଳାଜଣକ ନିଜକୁ ଋଷି କପୁରଙ୍କ ଫ୍ୟାନ୍‌ ବୋଲି ଦର୍ଶାଇ ସେମାନଙ୍କ ସହ ଫଟୋ ଉଠାଇବାକୁ ଚାହିଁଥିଲେ। ନୀତୁ ସିଂହ ଏବଂ ରଣବୀର କପୁର ଉକ୍ତ ମହିଳାଜଣଙ୍କ ସହ ଫଟୋ ଉଠାଇଲେ। କିନ୍ତୁ ଯେତେବେଳେ ସେ ଋଷି କପୁରଙ୍କ ସହ ଫଟୋ ଉଠାଇବାକୁ ଚାହିଁଥିଲେ, ସେତେବେଳେ ଅଭିନେତା ମନା କରିବା ସହ ବିରକ୍ତ ବି ହୋଇଥିଲେ। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଉକ୍ତ ମହିଳାଜଣକ ନୀତୁ ସିଂହ ଏବଂ ରଣବୀର କପୁରଙ୍କୁ ଋଷି କପୁରଙ୍କ ରୁକ୍ଷ ବ୍ୟବହାର ସଂପର୍କରେ ଜଣାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଋଷି କପୁର ଉକ୍ତ ମହିଳାଙ୍କ ଉପରେ ବର୍ଷିଲେ। ତେବେ ଘଟଣାକୁ ସମ୍ଭାଳି ନେଇଥିଲେ ରଣବୀର୍‌। ସେ ଘଟଣା ଆଗକୁ ଯିବା ପୂର୍ବରୁ ବାପାଙ୍କୁ କାରରେ ବସାଇ ମହିଳାଙ୍କୁ ହାତ ଯୋଡି କ୍ଷମା ମାଗିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe