ମୁକ୍ତିଲାଭ କରିବା ପୂର୍ବରୁ ବିବାଦଘେରରେ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘ଲକ୍ଷ୍ମୀବମ୍’। ସାମାଜିକ ଗଣମାଧ୍ୟମରେ ଚଳଚ୍ଚିତ୍ରର ବିଭିନ୍ନ ଦୃଶ୍ୟ ଓ ଭିଡିଓକୁ ନେଇ ସମାଲୋଚନା ଚାଲିଥିବା ବେଳେ ‘ହିନ୍ଦୁ ସେନା’ ଚଳଚ୍ଚିତ୍ରର କଳାକାର, ନିର୍ମାତାଙ୍କ ବିରୋଧରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଏକ ଅଭିଯୋଗ ପତ୍ର ଦେଇଛନ୍ତି। ଅଭିଯୋଗ ହେଲା, ଚଳଚ୍ଚିତ୍ରରେ ମାତା ଲକ୍ଷ୍ମୀଙ୍କ ନାମ ବ୍ୟବହାର କରି ହିନ୍ଦୁମାନଙ୍କ ଧର୍ମୀୟ ଭାବନାକୁ ଆଘାତ କରାଯାଇଛି। ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ହିନ୍ଦୁସେନା ଦେଶର ପ୍ରତିଟି ସିନେମା ହଲ୍ ସାମ୍ନାରେ ଜଗିବା ସହ ଚଳଚ୍ଚିତ୍ରର ସ୍କ୍ରିନିଂ ହେବାକୁ ଦେବ ନାହିଁ ବୋଲି ଚେତାବନୀ ଦେଇଛି। ଯଦି ଚଳଚ୍ଚିତ୍ରର ନାମ ବଦଳା ନଯାଏ, ତେବେ ସମସ୍ତେ ମିଶି ଏହାକୁ ବୟକଟ୍ କରିବା ପାଇଁ ହିନ୍ଦୁ ସେନା ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ଆହ୍ବାନ ଦେଇଛନ୍ତି।
ବିବାଦରେ ‘ଲକ୍ଷ୍ମୀ ବମ୍’
Advertisment
Follow Us