ଏପ୍ରିଲ୍ ୧୪ରେ ଲାଲ ସିଂହ ଚଡ୍‌ଢ଼ା-କେଜିଏଫ୍ ୨ ମୁହାଁମୁହିଁ!

Advertisment
ଏପ୍ରିଲ୍ ୧୪ରେ ଲାଲ ସିଂହ ଚଡ୍‌ଢ଼ା-କେଜିଏଫ୍ ୨ ମୁହାଁମୁହିଁ!

YouTube

ଆମିର ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଲାଲ ସିଂହ ଚଡ୍‌ଢ଼ା’ ପୂର୍ବ ନିର୍ଦ୍ଧାରିତ ତାରିଖରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ଆମିର ଖାନ ପ୍ରଡକ୍ସନ୍‌ସ ତରଫରୁ ଏକ ବିବୃତି ଜରିଆରେ ସ୍ପଷ୍ଟ କରାଯାଇଛି। କିଛି ଦିନ ହେଲା ଏହି ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ଏପ୍ରିଲ୍ ୧୪ ତାରିଖରୁ ଅନ୍ୟ ଏକ ଅନିର୍ଦ୍ଦିଷ୍ଟ ତାରିଖକୁ ଘୁଞ୍ଚାଯିବ ବୋଲି ଚର୍ଚ୍ଚା ହେଉଥିଲା। ସମାନ ତାରିଖରେ ‘କେଜିଏଫ୍ ଚାପ୍ଟର୍ ୨’ ମଧ୍ୟ ମୁକ୍ତିଲାଭ କରୁଥିବାରୁ ପ୍ରେକ୍ଷାଳୟରେ ମୁହାଁମୁହିଁ ପରିସ୍ଥିତିରୁ ବର୍ତ୍ତିବା ପାଇଁ କୌଣସି ଏକ ଚଳଚ୍ଚିତ୍ରର ନିର୍ମାତା ମୁକ୍ତିଲାଭ ତାରିଖ ଆଗପଛ କରିବେ ବୋଲି ଆଶଙ୍କା କରାଯାଉଥିଲା।

ନିକଟରେ ‘ପୁଷ୍ପା’ ଓ ‘୮୩’ ସମାନ ଦିନରେ ପ୍ରେକ୍ଷାଳୟରେ ପଡ଼ିବା ପରେ ‘ପୁଷ୍ପା’ ଯେଉଁଭଳି ଭାବେ ‘୮୩’ର ବ୍ୟବସାୟ ବୁଡ଼ାଇଦେଲା ତାହା ବଲିଉଡ୍ ନିର୍ମାତାଙ୍କ ପାଇଁ ମୁଣ୍ତବ୍ୟଥାର କାରଣ ପାଲଟିଛି। ଏଭଳି ପରିସ୍ଥିତିରେ ‘କେଜିଏଫ୍ ୨’ ସହ ମୁହାଁମୁହିଁ ହେବାକୁ ‘ଲାଲ ସିଂହ ଚଡ୍‌ଢ଼ା’ ନିର୍ଦେଶକ ଅଦ୍ବୈତ ଚାହୁନଥିଲେ। କିନ୍ତୁ ଆମିର ଖାନ ବର୍ଷେ ପୂର୍ବରୁ ନିର୍ଦ୍ଧାରିତ କରିଥିବା ମୁକ୍ତିଲାଭ ତାରିଖରେ ଅଟଳ ରହିବାର ନିଷ୍ପତ୍ତି ନେଇଛନ୍ତି। ଉଭୟ ‘କେଜିଏଫ୍’ ଫ୍ରାଞ୍ଚାଇଜ୍ ଓ ଆମିର ଖାନଙ୍କ ନିଜ ନିଜର ସ୍ବତନ୍ତ୍ର ଫ୍ୟାନ୍‌ବେସ୍ ରହିଥିବା ବେଳେ କିଏ ମନୋରଂଜନ ଓ ବ୍ୟବସାୟରେ ବାଜି ମାରିବେ ତାହା ଦେଖିବାକୁ ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe