ସୁସ୍ମିତାଙ୍କ ସହ ହେଲା ବ୍ରେକ୍ଅପ ! ଏବେ ଏହି ମହିଳାଙ୍କ ପ୍ରେମରେ ଲଳିତ ମୋଦୀ

Advertisment

ଆଇପିଏଲ ପ୍ରତିଷ୍ଠାତା ତଥା ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦୀଙ୍କ ଜୀବନରେ ପୁଣି ଥରେ ଫଗୁଣ ଫେରିଛି। ୨୦୨୨ରେ ସେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା । ହେଲେ ଏବେ ସେ ଅନ୍ୟ ମହିଳାଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି।

ଆଇପିଏଲ ପ୍ରତିଷ୍ଠାତା ତଥା ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦୀଙ୍କ ଜୀବନରେ ପୁଣି ଥରେ ଫଗୁଣ ଫେରିଛି। ୨୦୨୨ରେ ସେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା । ହେଲେ ଏବେ ସେ ଅନ୍ୟ ମହିଳାଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି।

tsusmi

ନୂଆଦିଲ୍ଲୀ: ଆଇପିଏଲ ପ୍ରତିଷ୍ଠାତା ତଥା ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦୀଙ୍କ ଜୀବନରେ ପୁଣି ଥରେ ଫଗୁଣ ଫେରିଛି। ୨୦୨୨ରେ ସେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା । ହେଲେ ଆଜି ଭାଲେଣ୍ଟାଇନ୍ସ ଡେ ଅବସରରେ, ସେ ତାଙ୍କ ପ୍ରେମିକାଙ୍କ ସହିତ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ସୁସ୍ମିତା ସେନଙ୍କ ସହ ତାଙ୍କର ବ୍ରେକଅପ୍ ହୋଇଥିବା ସ୍ପଷ୍ଟ କରିଛି। ଲଳିତ ମୋଦୀ ତାଙ୍କ ସାଥୀଙ୍କ ନାମ ପ୍ରକାଶ କରି ନଥିଲେ ବି ତାଙ୍କ ସହିତ ଅନେକ ଫଟୋ ସେୟାର କରିଛନ୍ତି। ଏହା ସହିତ ୨୫ବର୍ଷର ବନ୍ଧୁତା ପ୍ରେମ ସମ୍ପର୍କରେ ପରିଣତ ହୋଇଥିବା କହିଛନ୍ତି।

ସୂଚନା ମୁତାବକ, ଲଳିତ ମୋଦୀ ପୂର୍ବରୁ ମିନାଲ ମୋଦୀଙ୍କୁ ବିବାହ କରିଥିଲେ। ଏହି ଦମ୍ପତି ୧୯୯୧ ମସିହାରେ ବିବାହ କରିଥିଲେ। ହେଲେ ୨୦୧୮ ମସିହାରେ କର୍କଟ ରୋଗରେ ଆକ୍ରାନ୍ତ ଥିବ‌ା ମିନାଲଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ସୁସ୍ମିତା ସେନ୍ ୨୦୨୨ମସିହାରେ ତାଙ୍କ ଜୀବନରେ ପ୍ରବେଶ କରିଥିଲେ। ଦୁହିଁଙ୍କ ଫଟୋ ସେୟାର କରି ଲଳିତ ମୋଦୀ ତାଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିବା ପ୍ରକାଶ କରିଥିଲେ। ହେଲେ ସୁସ୍ମିତା ଏହାକୁ ସ୍ବୀକାର କରିନଥିଲେ।

ଏବେ ସେ ଅଜଣା ମହିଳାଙ୍କ ସହ ଫଟୋ ପୋଷ୍ଟ କରି ତାଙ୍କ ସହ ପ୍ରେମ ସମ୍ପର୍କ ଥିବା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe