ମୁମ୍ବାଇ: ଆଇପିଏଲ୍ର ପୂର୍ବତନ ଅଧ୍ୟକ୍ଷ ତଥା ବ୍ୟବସାୟୀ ଲଲିତ ମୋଦୀ ନିକଟରେ ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କୁ ଡେଟ୍ କରୁଛନ୍ତି ବୋଲି ଏକ ଟ୍ବିଟ୍ ଏବଂ ଇନ୍ଷ୍ଟା ପୋଷ୍ଟ୍ ଜରିଆରେ ସଭିଙ୍କୁ ଜଣାଇଥିଲେ। ତେବେ ତାଙ୍କର ସେହି ପୋଷ୍ଟ୍କୁ ନେଇ ସେ ଏବେ ଟ୍ରୋଲ୍ ହେବାରେ ଲାଗିଛନ୍ତି। ସେ ସୁସ୍ମିତାଙ୍କ ପାରୋଡି ଆକାଉଣ୍ଟ୍କୁ ଟ୍ୟାଗ୍ କରି ପୋଷ୍ଟ୍ ଲେଖିଥିବାରୁ ତାଙ୍କୁ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଥଟ୍ଟା କରିଛନ୍ତି।
ଜଣେ ବ୍ୟବହାରକାରୀ ଲେଖିଛନ୍ତି,‘ସୁସ୍ମିତାଙ୍କ ଅରିଜିନାଲ୍ ଆକାଉଣ୍ଟ୍ରେ ବ୍ଲକ୍ ଅଛ ବୋଧେ। ସେଥିପାଇଁ ପାରୋଡି ଆକାଉଣ୍ଟ୍କୁ ଟ୍ୟାଗ୍ କରୁଛ? ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଜଣେ କଲେଜ ଛୁଆ ପରି ହରକତ କରୁଛ। କଲେଜରେ ଯେପରି ପ୍ରଥମ ପ୍ରେମର ଉତ୍ସୁକତାକୁ ନିୟନ୍ତ୍ରଣ ନକରିପାରି ଚାରିଆଡ଼େ କହି ବୁଲନ୍ତି, ତମେ ସେହିପରି କାମ କରୁଛ।
ଲଲିତ ପହରିଦିନ ସୁସ୍ମିତାଙ୍କ ସହ କିଛି ଫଟୋ ସେୟାର୍ କରିବା ସହ ନୂଆ ଆରମ୍ଭ ବୋଲି ତାଙ୍କ ଆକାଉଣ୍ଟ୍ରେ ଲେଖିଥିଲେ। ତେବେ ସେ ବିବାହ କରିିନାହାନ୍ତି ବୋଲି ମଧ୍ୟ ତାଙ୍କ ପୋଷ୍ଟ୍ରେ ସ୍ପଷ୍ଟ କରି ଥିଲେ। ତେବେ ସୁସ୍ମିତାଙ୍କ ହାତରେ ଥିବା ମୁଦିକୁ ଦେଖି ତାଙ୍କର ନିର୍ବନ୍ଧ ହୋଇସାରିଛି ବୋଲି ପ୍ରଶଂସକମାନେ ଅନୁମାନ ଲଗାଇଥିଲେ। ଅଧିକାଂଶ ସ୍ଥାନରେ ସୁସ୍ମିତା ତାଙ୍କ ମୁଦିକୁ ଦେଖାଇ ଫଟୋ ଉଠାଇଥିବାରୁ ପ୍ରଶଂସକଙ୍କ ମନରେ ଭ୍ରମ ସୃଷ୍ଟି ହୋଇଥିଲା। ଏହି ମୁଦି ଳଲିତ ସୁସ୍ମିତାଙ୍କୁ ଉପହାର ଦେଇ ଥାଇପାରନ୍ତି ବୋଲି କଥା ଉଠିଥିଲା। ମାତ୍ର ସେ ସବୁ ଆଲୋଚନାରେ ପରବର୍ତ୍ତୀ ମୁହୁର୍ତ୍ତରେ ପୂର୍ଣ୍ଣଛେଦ ପକାଇଥିଲେ ସୁସ୍ମିତା।
Follow Us