ଚନ୍ଦନୱାଡି ଶ୍ମଶାନରେ ହେବ ଋଷିଙ୍କ ଅନ୍ତିମ ସଂସ୍କାର ,୨୦ ଜଣଙ୍କୁ ଉପସ୍ଥିତ ରହିବାକୁ ମିଳିଲା ଅନୁମତି

Advertisment
ଚନ୍ଦନୱାଡି ଶ୍ମଶାନରେ ହେବ ଋଷିଙ୍କ ଅନ୍ତିମ ସଂସ୍କାର ,୨୦ ଜଣଙ୍କୁ ଉପସ୍ଥିତ ରହିବାକୁ ମିଳିଲା ଅନୁମତି

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ କିମ୍ବଦନ୍ତୀ ଅଭିନେତା ଋଷି କପୁରଙ୍କର ଗୁରୁବାର ସକାଳ ୮: ୪୫ରେ ଦେହାନ୍ତ ହୋଇଯାଇଛି। ଋଷି କର୍କଟ ରୋଗରେ ଆକ୍ରାନ୍ତ ଥିବାବେଳେ ମୁମ୍ବାଇର ସାର୍ ଏଚ୍‌ ଏନ୍ ରିଲାଏନ୍‌ସ୍ ଫାଉଣ୍ଡେସନ୍ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଆଉ ଏହାକୁ ସମଗ୍ର ବଲିଉଡ ଦୁଃଖରେ ବୁଡ଼ିଯାଇଥିବାବେଳେ କିଛି ସମୟ ପରେ ଚନ୍ଦନୱାଡି ଶ୍ମଶାନରେ ଶବଦାହ କରାଯିବ। ତାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ନିର୍ଦ୍ଦେଶକ ରାହୁଲ ରାୱେଲ, ଆୟାନ ମୁଖାର୍ଜୀ ସେଠାରେ ପହଞ୍ଚିଛନ୍ତି।

ପରିବାର ସଦସ୍ୟଙ୍କ ବ୍ୟତୀତ ଅଭିଷେକ ବଚ୍ଚନ, ସୈଫ ଅଲି ଖାନ, କରୀନା କପୁର ଏବଂ ଆଲିଆ ଭଟ୍ଟଙ୍କ ସହ ୨୦ ଜଣ ଲୋକଙ୍କୁ ଯୋଗଦେବାକୁ ଅନୁମତି ଦିଆଯାଇଛି। କିଛି ସମୟ ପରେ ଋଷି କପୁରଙ୍କ ପାର୍ଥିବ ଶରୀରକୁ ଡାକ୍ତରଖାନାରୁ ଚନ୍ଦନୱାଡି ଶ୍ମଶାନକୁ ଅଣାଯିବ। କରୋନା ମହାମାରୀରେ ସାମାଜିକ ଦୂରତା ରକ୍ଷା ହେତୁ ଶେଷ ଯାତ୍ରାରେ କେବଳ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି।

publive-image

ଋଷିଙ୍କ ଝିଅ ରିଦ୍ଧିମା କପୁର ମୁମ୍ବାଇରେ ପହଂଚିବା ପରେ ଅନ୍ତିମ ସଂସ୍କାର କରାଯିବ। ତେବେ କପୁର ପରିବାର ନିଜ ବାର୍ତ୍ତାରେ କହିଛନ୍ତି ଯେ "ବ୍ୟକ୍ତିଗତ କ୍ଷତିର ଏହି ସମୟରେ ଆମେ ମଧ୍ୟ ବୁଝିପାରୁଛୁ ଯେ ସମଗ୍ର ବିଶ୍ୱ ଅସୁବିଧାଜନକ ସମୟ ଦେଇ ଗତି କରୁଛି। ସର୍ବସାଧାରଣରେ ଏକାଠି ହେବା ଉପରେ ଅନେକ ପ୍ରତିବନ୍ଧକ ଅଛି | ଆମେ ତାଙ୍କର ସମସ୍ତ ପ୍ରଶଂସକ ଏବଂ ଶୁଭେଚ୍ଛୁ ଏବଂ ପରିବାର ବନ୍ଧୁମାନଙ୍କୁ ଆଇନକୁ ସମ୍ମାନ ଦେବାକୁ ଅନୁରୋଧ କରୁଛୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe