୫ ବର୍ଷ ଯାଏ ରଫିଙ୍କ ସହ ଗୀତ ଗାଇ ନଥିଲେ ଲତା

Advertisment
୫ ବର୍ଷ ଯାଏ ରଫିଙ୍କ ସହ ଗୀତ ଗାଇ ନଥିଲେ ଲତା

dailyo.in

ମୁମ୍ବାଇ: ସବୁବେଳେ ଶାନ୍ତ ଓ ହସହସ ରହୁଥିବା ଭାରତୀୟ ସଂଗୀତ ଦୁନିଆର ଦୁଇ ମହାନ୍ ମଣିଷ ହେଉଛନ୍ତି ମହମ୍ମଦ ରଫି ଏବଂ ଲତା ମଙ୍ଗେସକର। ତେବେ ସେହି ଦୁଇଜଣଙ୍କ ମଧ୍ୟରେ ଦିନେ ଏମିତି ଏକ ଝଗଡ଼ା ହୋଇଥିଲା ଯେ, ସେମାନେ ପରସ୍ପର ସହିତ ଗୀତ ଗାଇବାକୁ ବି ମନା କରିଦେଇଥିଲେ। ଏପରିକି ସେମାନେ ୧୯୬୩ରୁ ୧୯୬୭ ପାଞ୍ଚବର୍ଷ ଯାଏ ଗୀତ ମଧ୍ୟ ଗାଇ ନଥିଲେ। ତେବେ ଘଟଣାଟି ‌ଯେ ସେମାନଙ୍କ ବ୍ୟକ୍ତିଗତ ସ୍ବାର୍ଥକୁ ନେଇ ଘଟିଥିଲା ତାହା ନୁହେଁ; ବରଂ ତା’ପଛରେ ଥିଲା ସାମୂହିକ ସ୍ବାର୍ଥ।

ଲତା ଭାବୁଥିଲେ ଯେ ଗାୟକ ଗାୟିକାମାନଙ୍କୁ ଗୀତ କମ୍ପାନୀମାନେ ଗାଇବା ପାଇଁ ଟଙ୍କା ଦେବା ସହିତ ରେକର୍ଡ଼ ବିକ୍ରିର ରୟାଲଟି ମଧ୍ୟ ଦେବା ଆବଶ୍ୟକ। ଏହାକୁ ନେଇ ଲତା ଏକ ଅଭିଯାନ (କ୍ୟାମ୍ପେନ୍) ଆରମ୍ଭ କରିଥିଲେ। ତାଙ୍କର ସମର୍ଥନରେ ଥିଲେ ମୁକେଶ, ତଲତ ମେହେମୁଦ୍, କିଶୋର କୁମାର, ମାନ୍ନା ଦେ’ଙ୍କ ଭଳି ଗାୟକ। ହେଲେ ରଫି ଆଉ ଆଶା ଭୋଁସ୍‌ଲେ କ’ଣ ବୁଝିଲେ କେଜାଣି ସେମାନଙ୍କୁ ବିରୋଧ କରିବା ଆରମ୍ଭ କରିଦେଲେ। ସେମାନେ ପ୍ରଯୋଜକ ଓ ରେକର୍ଡ଼ କମ୍ପାନୀଙ୍କ ସପକ୍ଷରେ ରହିଲେ। ଲତା ଆଶାଙ୍କୁ କିଛି କହିଲେ ନାହିଁ। କାରଣ ତାଙ୍କ ଦୃଷ୍ଟିରେ ଆଶା ଜଣେ ଅବୁଝା ଝିଅ। ହେଲେ ସେ ଯେଉଁ ସାମୂହିକ ସ୍ବାର୍ଥର ଅଭିଯାନ ଚଳାଇଛନ୍ତି ରଫିଙ୍କ ଭଳି ବ୍ୟକ୍ତି ତାକୁ ବିରୋଧ କରିବାକୁ ସେ ବରଦାସ୍ତ କରିପାରି ନଥିଲେ। ଏହାକୁ ନେଇ ଲତା ଓ ରଫିଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଲତା ଏଭଳି ଆଘାତ ପାଇଥିଲେ ଯେ, ରଫିଙ୍କ ସହ ଆଉ ଗୀତ ଗାଇବେ ନାହିଁ ବୋଲି ଘୋଷଣା କରିଦେଲେ। ସତକୁ ସତ ପାଞ୍ଚବର୍ଷ ଯାଏ ଗୀତ ଗାଇଲେ ନାହିଁ ମଧ୍ୟ। ଶେଷରେ ଏସ.ଡି.ବର୍ମନ ମଧ୍ୟସ୍ଥତା କରି ବିବାଦ ତୁଟାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe