ପ୍ରାର୍ଥନା ଶୁଣିଲେ ଭଗବାନ; ୨୮ଦିନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଲେ ଲତା ମଙ୍ଗେସକର

ପ୍ରାର୍ଥନା ଶୁଣିଲେ ଭଗବାନ; ୨୮ଦିନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଲେ ଲତା ମଙ୍ଗେସକର

Hindustan Times

ନୂଆଦିଲ୍ଲୀ : କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା କିଛିଦିନ ହେବ ବିଗିଡ଼ି ଯାଇଥିଲା। କିନ୍ତୁ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଡାକ୍ତରଖାନାରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ରବିବାର ସେ ଘରକୁ ଫେରିଛନ୍ତି। ସୁସ୍ଥ ହୋଇ ଲତା ଘରକୁ ଫେରିବା ଖବର ପାଇବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଏକ ଖୁସିର ଲହରି ଖେଳି ଯାଇଛି। ନିଜେ ଲତା ସୁସ୍ଥ ହେବା ଖବର ସୋସିଆଲ ମିଡିଆ ଜରିଆରେ ସେୟାର କରି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀଦଳକୁ ଧନ୍ୟବାଦ ଜଣାଇଛନ୍ତି।

ଲତା ଟୁଇଟରେ ଲେଖିଛନ୍ତି କି, ‘ନମସ୍କାର। ଗତ ୨୮ଦିନ ହେବ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସପିଟାଲରେ ଭର୍ତ୍ତି ହୋଇଥିଲି। ମୋତେ ନିମୋନିଆ ହୋଇଥିଲା। ଡାକ୍ତର ଚାହୁଁଥିଲେ ମୁଁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେଲେ ଯାଇ ଘରକୁ ଫେରିବି। ଆଜି ମୁଁ ସୁସ୍ଥ ହୋଇ ଘରକୁ ଫେରି ଆସିଛି। ସାଇ ବାବାଙ୍କ ଆର୍ଶୀବାଦ ଓ ଆପଣ ସମସ୍ତଙ୍କ ଭଲପାଇବା ପ୍ରାର୍ଥନା ହେତୁ ମୁଁ ସୁସ୍ଥ ହୋଇ ପାରିଛି। ମୁଁ ଆପଣ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି।’

publive-image Times Now

ଗତ ସେପ୍ଟେଟର ୨୮ ତାରିଖରେ ଲତା ୯୦ ବର୍ଷରେ ପଦାର୍ପଣ କରିଛନ୍ତି। ପ୍ରାୟ ୩୬ଟି ଭାରତୀୟ ଭାଷାରେ ଗୀତ ଗାଇଥିବା ଲତା ମଙ୍ଗେସକରଙ୍କୁ ଗତ ୨୦୦୧ ମସିହାରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । କେବଳ ହିନ୍ଦୀ ଚଳଚ୍ଚିତ୍ରରେ ସେ ୩୦,୦୦୦ରୁ ଅଧିକ ଗୀତ ଗାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe