ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଡାକ୍ତରଙ୍କ ସୂଚନା

Advertisment
ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଡାକ୍ତରଙ୍କ ସୂଚନା

ନୂଆଦିଲ୍ଲୀ: ୯୨ ବର୍ଷିୟ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ବୟସ ଏବଂ ସ୍ୱାସ୍ଥ୍ୟକୁ ଦୃଷ୍ଟି ରଖି ତାଙ୍କୁ ଆଇସିୟୁରେ ଡାକ୍ତରଙ୍କ କଡା ନୀରିକ୍ଷଣରେ ରଖାଯାଇଛି। କିଛିଦିନ ତଳେ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିବାର କୁହାଯାଉଥିଲା।

ତେବେ ଲତାଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରତିତ ସାମଦାନୀ କହିଛନ୍ତି ଯେ ଲତାଙ୍କ ଚିକିତ୍ସା ତ ଚାଲିଛି କିନ୍ତୁ ତାଙ୍କ ସ୍ବାସ୍ଥ୍ୟରେ ଶୀଘ୍ର ସୁଧାର ପାଇଁ ଭଗବାନଙ୍କ ଠାର ପ୍ରାର୍ଥନା ବି ନିହାତି ଆବଶ୍ୟକ ରହିଛି। ଗତକାଲି ତୁଳନାରେ ଲତା ମଙ୍ଗେସକରଙ୍କର ସ୍ୱାସ୍ଥ୍ୟରେ ବହୁତ ଉନ୍ନତି ପରିଲକ୍ଷିତ ହୋଇଛି। କିନ୍ତୁ ସେ ଏବେବି ଆଇସିୟୁରୁ ଅଛନ୍ତି। ଆଇସିୟୁରୁ ବାହାରି ନାହାନ୍ତି। ଏହି ଖବର ପାଇବା ପରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପ୍ରଶଂସକମାନେ ଚିନ୍ତିତ ଅଛନ୍ତି।

ଲତା ହସ୍ପିଟାଲରେ ଆଜିକି ୧୬ଦିନ ହେବ ଚିକିତ୍ସାଧୀନ ଅବସ୍ଥା ଅଛନ୍ତି। କରୋନା ଓ ନିମୋନିଆରେ ଆକ୍ରାନ୍ତ ହେବା ପରେ ଲତା ମଙ୍ଗେସକରଙ୍କୁ ଜାନୁଆରି ୮ ତାରିଖରେ ମୁମ୍ବାଇର ବ୍ରିଚ କେଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe