୭୯ ବର୍ଷ ପୂର୍ବେ ରେଡିଓରେ ଗୀତ ଗାଇଥିଲେ ଲତା ମଙ୍ଗେସକର

Advertisment
୭୯ ବର୍ଷ ପୂର୍ବେ ରେଡିଓରେ ଗୀତ ଗାଇଥିଲେ ଲତା ମଙ୍ଗେସକର

ଭାରତୀୟ ଚଳଚ୍ଚିତ୍ର ଦୁନିଆରେ ସଙ୍ଗୀତର ବୁଲବୁଲ୍ ଭାବେ ପରିଚିତ ଲତା ମଙ୍ଗେସକର ୭୯ ବର୍ଷ ପୂର୍ବେ ଆଜିର ଦିନରେ ରେଡିଓରେ ପ୍ରଥମ କରି ଗୀତ ଗାଇଥିଲେ। ଏନେଇ ସେ ଟ୍ବିଟରରେ ଏକ ପୋଷ୍ଟ କରିଛନ୍ତି। ୧୯୪୧ ଡିସେମ୍ବର ୧୬ରେ ରେଡିଓରେ ଏକ୍ ପ୍ୟାର୍ କା ନଗମା ହେ ଗୀତ ଗାଇଥିଲେ। ଏହା ସହିତ ଆଉ ଏକ ନାଟ୍ୟଗୀତ ମଧ୍ୟ ଗାଇଥିଲେ। ତେବେ ଏହାକୁ ଶୁଣିବା ପରେ ଲତାଙ୍କ ବାପା ଦୀନନାଥ ମଙ୍ଗେସକର ଖୁବ୍ ଖୁସି ହୋଇଥିବା ସେ ଟ୍ବିଟ୍ କରିଛନ୍ତି। ତେବେ ଲଗାତାର ଟ୍ବିଟରରେ ସକ୍ରିୟ ଥିବା ଲତା ଗତକାଲି ମଧ୍ୟ ଭଉଣୀ ଉଷା ମଙ୍ଗେସକରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଲତା ହିନ୍ଦୀ ସମେତ ମରାଠୀ, ବେଙ୍ଗଲି ଓ ବହୁ ଆଞ୍ଚଳିକ ଭାଷାରେ ଗୀତ ଗାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe