ସ୍ବରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଅମର କରି ରଖିବ ଏହିସବୁ ଗୀତ

ଲତାଙ୍କ ସମ୍ପର୍କରେ କିଛି ଜଣା ଅଜଣା କଥା

image source-freepressjournal_

ଭାରତର ସ୍ବରସାମ୍ରାଜ୍ଞୀ ଲତା ମଙ୍ଗେସକର ଆଜି (ସେପ୍ଟେମ୍ବର ୨୮) ରେ ୯୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଏଯାବତ୍ ୨୫ ହଜାରରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି। ସେଥିମଧ୍ୟରୁ ତାଙ୍କର ଏମିତି କିଛି କାଳଜୟୀ ଗୀତ ବାଛିଛୁ, ଯାହା ଲତାଜୀଙ୍କୁ ଚିର ଅମର କରି ରଖିବ। ଆସନ୍ତୁ ସେଭଳି କିଛି ଗୀତକୁ ମନେ ପକାଇବା.....
ରସିକ ବାଲମା ....(ଚୋରି ଚୋରି)
ଲତା ମଙ୍ଗେସକର ନର୍ଗିସଙ୍କ ପାଇଁ ଅନେକ ଥର ଗୀତ ଗାଇଥିଲେ, ହେଲେ ’ଚୋରି ଚୋରି’ ଫିଲ୍ମର ଏହି ଗୀତ ପ୍ରାରମ୍ଭିକ ପର୍ଯ୍ୟାୟରେ ବେଶ ଲୋକପ୍ରିୟ ହୋଇଥିଲା।
ଆଜାରେ ପରଦେଶୀ...( ମଧୁମତୀ)
ସଲିଲ ଚୌଧୁରୀଙ୍କ ସ୍ବରାରୋପିତ ଲତାଜୀଙ୍କ ଏହି ଗୀତ ଆଜି ବି ଶ୍ରୋତାଙ୍କୁ ବିମୁଗ୍ଧ କରେ। ଏଥିରେ ବୈଜନ୍ତୀମାଲା ଅଭିନୟ କରିଥିଲେ, ଯେଉଁଥିରେ ଗୀତଟି ଚିତ୍ରିତ ହୋଇଥିଲା |
ଅଜିବ ଦାସ୍ତାନ ୟେ... (ଦିଲ୍ ଆପନା ପ୍ରୀତ୍ ପରାଇ)
ପ୍ରଖ୍ୟାତ ସଙ୍ଗୀତକାର ଯୋଡ଼ି ଶଙ୍କର-ଜୟକିଶନଙ୍କ ସ୍ବରବଦ୍ଧ ଏହି ଗୀତଟି ମୀନା କୁମାରୀଙ୍କ ଉପରେ ଦୃଶ୍ୟାଙ୍କନ ହୋଇଥିଲା|
ଆଲ୍ଲା ତେରୋ ନାମ ... (ହମ୍ ଦୋନୋ)

ହମ୍ ଦୋନୋ ସିନେମାର ସାହିଲ ଲୁଧିଆନଭିଙ୍କ ରଚିତ ଏବଂ ଜୟଦେବଙ୍କ ସଂଗୀତ ନିର୍ଦେଶିତ ଏହି ଭକ୍ତି ଗୀତ ଲତାଜୀଙ୍କୁ ଅମର କରି ରଖିବ। ଏଥିରେ ସାଧନା ଏବଂ ନନ୍ଦାଙ୍କ ସହ ଦେବ ଆନନ୍ଦ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହୋଇଥିଲା
ତୁ ଜାହାଁ ଜାହାଁ ଚଲେଗା ... (ମେରା ସାୟା)
ଏହା ଏକ ମନସ୍ତାତ୍ତ୍ୱିକ ଥ୍ରୀଲର ଥିଲା। ନିର୍ଦ୍ଦେଶକ ରାଜ୍ ଖୋସଲା ଏବଂ ସାଧନାଙ୍କ ଅଭିନୀତ ତୃତୀୟ ଚଳଚ୍ଚିତ୍ରରେ ଥିବା ତୁ ଜାହାଁ ଜାହାଁ ଚଲେଗା ... ଗୀତ ଲତା ମଙ୍ଗେସକରଙ୍କୁ ସଫଳତାର ଆଉ ଏକ ସୋପାନରେ ପହଞ୍ଚାଇଥିଲା।
ଇନହି ଲୋଗୋଁନେ...(ପାକିଜା)
୧୯୭୨ରେ ମୁକ୍ତିଲାଭ କରିଥିବା ‘ପାକିଜା’ ସିନେମାର ଏହି ଗୀତ ଥିଲା ସଂପୂର୍ଣ୍ଣ ଭିନ୍ନ ସ୍ବାଦର। ଏହି ଗୀତରେ ଲତାଙ୍କ ଗାୟିକୀ ସମସ୍ତଙ୍କୁ ଚମତ୍କୃତ କରିଥିଲା।

publive-image image source--newsheads

ଏକ ପ୍ୟାର କା ନଗମା ହେ... (ଶୋର୍)
ମନୋଜ କୁମାର, ନନ୍ଦା ଓ ଜୟା ଭାଦୁଡ଼ିଙ୍କ ଅଭିନୀତ ଶୋର୍ ସିନେମାର ଏହି ଗୀତକୁ ବହୁ ସଙ୍ଗୀତପ୍ରେମୀ ସବୁଠାରୁ ଜନପ୍ରିୟ ରୋମାଣ୍ଟିକ୍ ଗୀତଭାବେ ବିବେଚନା କରନ୍ତି। ଆଜି ବି ଏହି ଗୀତ ବେଶ୍ ଲୋକପ୍ରିୟ। ଏହାକୁ ଲତାଜୀ ସ୍ବନାମଧନ୍ୟ କଣ୍ଠଶିଳ୍ପୀ ମୁକେଶଙ୍କ ସହ ଦ୍ବୈତ କଣ୍ଠରେ ଗାଇଥିଲେ। ପ୍ରସିଦ୍ଧ ସଙ୍ଗୀତକାର ଯୋଡ଼ି ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ୍‌ ଏହାର ସ୍ବର ସଂଯୋଜନା କରିଥିଲେ ଏବଂ ସନ୍ତୋଷ ଆନନ୍ଦ ଗୀତ ରଚନା କରିଥିଲେ।

ରୈନା ବିତ୍ ଜାଏ... (ଅମର ପ୍ରେମ)
ରାଜେଶ ଖାନ୍ନା ଓ ଶର୍ମିଲା ଟାଗୋରଙ୍କ ଅଭିନୀତ ଅମର ପ୍ରେମ ସିନେମାର ଏହି ଗୀତରେ ଲତାଜୀଙ୍କ କଣ୍ଠର ଯାଦୁ ଆଜି ବି ଶ୍ରୋତାଙ୍କୁ ରୋମାଞ୍ଚିତ କରେ |
ତେରେ ବିନା ଜିନ୍ଦେଗୀ ମେଁ କୋଇ ...(ଆନ୍ଧି)
ଆର ଡି ବର୍ମନଙ୍କ ସ୍ବର ସଂଯୋଜିତ ଏବଂ ଗୁଲଜାରଙ୍କ ରଚିତ ଏହି ଗୀତ ଏକ କାଳଜୟୀ ସଙ୍ଗୀତ।
ଏ ମେରେ ବତନକେ ଲୋଗୋଁ...

୧୯୬୩ ମସିହାରେ ଏହି ଦେଶାତ୍ମବୋଧକ ଗୀତଟି ଗାଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲେ ସ୍ବରସାମ୍ରାଜ୍ଞୀ ଲତା ମଙ୍ଗେସକର୍। ଏହାର ଗୀତିକାର ଥିଲେ କବି ପ୍ରଦୀପ ଓ ସଙ୍ଗୀତକାର ସି. ରାମଚନ୍ଦ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe