ବିବାହର ୧୫ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ଅଭିନେତ୍ରୀ

Advertisment
t

ମୁମ୍ବାଇ: ବଲିଉଡ ହେଉ କି ଟିଭି ଇଣ୍ଡଷ୍ଟ୍ରି, ଆଜିକାଲି ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରେ ଛାଡ଼ପତ୍ର ହେବା ବହୁତ ସାଧାରଣ ହୋଇଗଲାଣି। ଏବେ ନିକଟରେ ଜଣେ ଅଭିନେତ୍ରୀ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଛନ୍ତି। ଅଭିନେତ୍ରୀଜଣକ ହେଉଛନ୍ତି ଲୋକପ୍ରିୟ ଧାରାବାହିକ ୟେ ରିସ୍ତା କ୍ୟା କେହଲାତା ହେର ଅଭିନେତ୍ରୀ ଲତା ସବ୍ରୱାଲ। ସେ ବିବାହର ୧୫ବର୍ଷ ପରେ ସ୍ବାମୀ ତଥା ଅଭିନେତା ସଞ୍ଜୀବ ସେଠ୍‌ଙ୍କଠାରୁ ଅଲଗା ହୋଇଥିବା ଘୋଷଣା କରିଛନ୍ତି।

ୟେ ରିସ୍ତ କ୍ୟା କେହଲାତା ହେରେ ହିନା ଖାନଙ୍କ ମା’ ଭୂମିକାରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଏକ ପୋଷ୍ଟ ସେୟାର କରି ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ବିଷୟରେ ସୂଚନା ଦେଇଛନ୍ତି। ଅଭିନେତ୍ରୀଜଣକ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, ସେ ତାଙ୍କ ସ୍ୱାମୀ ସଞ୍ଜୀବ ସେଠଙ୍କଠାରୁ ଅଲଗା ହୋଇଯାଇଛନ୍ତି।

Lataa Saberwal Announces Separation

ସେ କରିଥିବା ପୋଷ୍ଟରେ ଲେଖାଯାଇଛି ଯେ, "ଦୀର୍ଘ ଦିନର ନୀରବତା ପରେ, ମୁଁ ଘୋଷଣା କରୁଛି ଯେ ମୁଁ (ଲତା ସବରୱାଲ) ମୋ ସ୍ୱାମୀ (ସଞ୍ଜୀବ ସେଠ)ଙ୍କଠାରୁ ଅଲଗା ହୋଇସାରିଛି। ମୋତେ ଏକ ସୁନ୍ଦର ପୁଅ ଦେଇଥିବାରୁ ମୁଁ ତାଙ୍କ ପ୍ରତି ଅତ୍ୟନ୍ତ କୃତଜ୍ଞ। ମୁଁ ପ୍ରାର୍ଥନା କରୁଛି ଯେ ତାଙ୍କର ଆଗକୁ ଏକ ସୁଖୀ ଏବଂ ସମୃଦ୍ଧ ଜୀବନ ହେଉ। ମୁଁ ସମସ୍ତଙ୍କୁ ବିନମ୍ର ଭାବରେ ଅନୁରୋଧ କରୁଛି ଯେ, ଦୟାକରି ମୋର ଏବଂ ମୋ ପରିବାରର ଶାନ୍ତି ବିଷୟରେ ଭାବନ୍ତୁ ଏବଂ ଏହି ପ୍ରସଙ୍ଗରେ କୌଣସି ପ୍ରଶ୍ନ ପଚାରିବାକୁ ଫୋନ୍ ନ କରନ୍ତୁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe