Zee News
ଲତା ମଙ୍ଗେସକରଙ୍କ ସଙ୍ଗୀତ ଗୁରୁ ଗୁଲାମ ମୁସ୍ତଫା ଖାନ୍ଙ୍କ ପରଲୋକ ଘଟିଛି। ୮୯ ବର୍ଷ ବୟସରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ଗୁଲାମ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଲତା ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, ମହାନ୍ ଶାସ୍ତ୍ରୀୟ ଗାୟକ ଉସ୍ତାଦ୍ ଗୁଲାମ ମୁସ୍ତଫାଙ୍କ ପରଲୋକରେ ଗଭୀର ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରିବା ସହିତ ସେ ଗାୟକ ଅପେକ୍ଷା ଜଣେ ଭଲ ମଣିଷ ଅଟନ୍ତି। ଗୁଲାମ ୧୯୯୧ ମସିହାରେ ପଦ୍ମଶ୍ରୀ, ୨୦୦୬ରେ ପଦ୍ମଭୂଷଣ ଓ ୨୦୧୮ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ।
Follow Us