ସଲମାନଙ୍କୁ ହତ୍ୟା ପାଇଁ ସୁଟର ସୁରକ୍ଷାକର୍ମୀଙ୍କ ସହିତ କରିଥିଲା ବନ୍ଧୁତା

ସୁକଖା ୨୦୨୨ରେ ମୁମ୍ବାଇରେ ସଲମାନ ଖାନଙ୍କ ଫାର୍ମ ହାଉସରେ ଲରେନ୍ସ ବିଷ୍ନୋଇ ଓ ଗୋଲଡି ବରାରଙ୍କ ସଙ୍କେତରେ ରେକି କରିଥିଲା। ସଲମାନଙ୍କୁ ହତ୍ୟା କରିବା ପାଇଁ ଫାର୍ମ ହାଉସର ସୁରକ୍ଷାକର୍ମଚାରୀଙ୍କ ସହିତ ବନ୍ଧୁୂତା ସ୍ଥାପନ ବି କରିିଲା ସୁକଖା। 

ଅଦ୍ୟତନ ହୋଇଛି
ସପନ


ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଗୁଳି କରି ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପଛରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ହାତ ଥିବା ଦାବି କରାଯାଉଛି। 

ଏହି ଘଟଣା ପରେ ପୁଲିସ ବିଷ୍ନୋଇ ଗ୍ୟାଙ୍ଗର ସୁଟରଙ୍କୁ ଧରିବା ପାଇଁ ତଦନ୍ତ ଜୋର କରିଛି। ଏହି କ୍ରମରେ ହରିୟାଣା ପାନିପତରୁ ମୁମ୍ବାଇ ପୁଲିସ ରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଜ‌ଣେ ସୁଟରକୁ ଗିରଫ କରିଛି। ଯାହାର ନାମ ସୁକଖା ଥିବା ଜଣାପଡ଼ିଛି।

ସୁକଖା ୨୦୨୨ରେ ମୁମ୍ବାଇରେ ସଲମାନ ଖାନଙ୍କ ଫାର୍ମ ହାଉସରେ ଲରେନ୍ସ ବିଷ୍ନୋଇ ଓ ଗୋଲଡି ବରାରଙ୍କ ସଙ୍କେତରେ ରେକି କରିଥିଲା। ଏହି ସମୟରେ ସେ ସଲମାନଙ୍କୁ ହତ୍ୟା କରିବା ପାଇଁ ଫାର୍ମ ହାଉସର ସୁରକ୍ଷାକର୍ମଚାରୀଙ୍କ ସହିତ ବନ୍ଧୁୂତା ସ୍ଥାପନ ବି କରିିଲା।  କିନ୍ତୁ ଠିକ ସମୟରେ ସମସ୍ତ ପ୍ଲାନ ଭଣ୍ଡୁର ହୋଇଯାଇଥିଲା।

ଏହି ଘଟଣା ପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା। ସଲମାନ ଖାନ ମୁମ୍ବାଇ ପୁଲିସକୁ ଦେଇଥିବା ନିଜ ବୟାନରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଉପରେ ସନ୍ଦେହ କରିଥିବା କଥା କହିଥିଲେ। 

ମୁମ୍ବାଇ ପୁଲିସ ଯେତେବେଳେ ସୁକଖାକୁ ଗିରଫ କଲା ସେତେବେଳେ ସେ ନିଶାରେ ଥିଲା। ନିଜ ନାମ ବି ସେ ଠିକ ଭାବେ କହି ପାରୁ ନଥିଲା। ଯାହା ବି ପଚାରିଲେ ଓଲଟାସିଧା ଉତ୍ତର ଦେଉଥିଲା।  ଏମିତି କି ନିଜର ପରିଚୟ ଗୋପନ ରଖିବା ପାଇଁ ସେ ନିଶ ଓ ଦାଢ଼ି ବଢ଼ାଇ ରଖିଥିଲା। ରେକର୍ଡରେ ଥିବା ଫଟୋକୁ ଆଧାର କରି ପୁଲିସ ସୁକଖାକୁ ଗିରଫ କରିଥିଲା।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe