ପୁଲିସ ସାମ୍ନାରେ ଲରେନ୍ସ ବିଷ୍ନୋଇ ଦେଲା ଏଭଳି ବୟାନ

ଲରେନ୍ସ ବିଷ୍ନୋଇ ୨୦୨୧ ମାର୍ଚ୍ଚ ୨୦ ରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲକୁ କହିଥିଲା, ‘ସଲମାନ ଖାନଙ୍କୁ କୋର୍ଟରେ ଦେଖି ହତ୍ୟା କରିବାକୁ ଧମକ ଦେଇଥିଲି । କାରଣ ସଲମାନ ଖାନ ଏକ କଳା ହରିଣ ଶିକାର କରିଥିଲେ। କିନ୍ତୁ ତାଙ୍କୁ ଏହି ମାମଲାରେ ଦଣ୍ଡ ମିଳୁ ନଥିଲା।’

rtrtert

ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କୁ କ୍ରମାଗତ ଭାବରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଏବଂ ତାଙ୍କ ଗ୍ୟାଙ୍ଗ ପକ୍ଷରୁ ହତ୍ୟା ଧମକ ମିଳୁଛି। ବାବା ସିଦ୍ଦିକିଙ୍କ ହତ୍ୟା ପରେ  ଅଭିନେତାଙ୍କ ପରିବାରଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ସଲମାନଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି। ଲରେନ୍ସ ବିଷ୍ନୋଇ ବି ଏକଦା ନିଜେ ସଲମାନ ଖାନଙ୍କୁ ହତ୍ୟା କରିବାର ଧମକ ଦେଇଥିବା କଥା ପୁଲିସ ସାମ୍ନାରେ ସ୍ବୀକାର କରିଥିଲା। 

କଳା ହରିଣ ହତ୍ୟା ମାମଲାରେ ସଲମାନ ଖାନଙ୍କ ବିରୋଧରେ ଲୋକମାନେ କ୍ରମାଗତ ଭାବରେ ବିଭିନ୍ନ ପ୍ରକାର ବିବୃତ୍ତି ଦେଉଛନ୍ତି। କେହି କହୁଛନ୍ତି ଯେ ସଲମାନ ଖାନ ଏହି ଘଟଣାରେ ବିଷ୍ନୋଇ ସମାଜକୁ କ୍ଷମା ମାଗିବା ଉଚିତ। ଆଉ କେହି କହୁଛନ୍ତି ଲୋକପ୍ରିୟତା ବଢ଼ାଇବା ପାଇଁ ଉଭୟ ଏହା ଯୋଜନା କରି କରୁଛନ୍ତି। 

ଏହି କ୍ରମରେ ଲରେନ୍ସ ବିଷ୍ନୋଇ ପୁଲିସକୁ ନେଇଥିବା ବୟାନ ଚର୍ଚ୍ଚରାରେ ରହିଛି। ଲରେନ୍ସ ବିଷ୍ନୋଇ ପୁଲିସକୁ କହିଥିଲା, ‘ବାସୁଦେବ ଇରାନୀଙ୍କ ହତ୍ୟା ମାମଲାରେ ମୋତେ ଗିରଫ କରାଯାଇ ଯୋଧପୁରକୁ ଅଣାଯାଇଥିଲା, ଯେଉଁଠାରେ ମୋତେ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରୁ ବାହାରକୁ ଆସିବାବେଳେ ସଲମାନ ଖାନ ମଧ୍ୟ ସେହି କୋର୍ଟରେ ଏକ ତାରିଖ ଆସିଥିଲେ। ମୁଁ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲି । କାରଣ ସଲମାନ ଖାନ ଏକ କଳା ହରିଣ ଶିକାର କରିଥିଲେ। କିନ୍ତୁ ତାଙ୍କୁ ଏହି ମାମଲାରେ ଦଣ୍ଡ ମିଳୁ ନଥିଲା। ଗଣମାଧ୍ୟମରେ ଏବଂ ବିଷ୍ନୋଇ ସମାଜରେ ମୋର ନାମ ପାଇଁ ମୁଁ ଏହା କରିଥିଲି ।  ସଲମାନ ଖାନଙ୍କୁ ଧମକ ଦେବା ମାମଲାରେ ମୋତେ ଗିରଫ ବି କରାଯାଇଥିଲା।

ଲରେନ୍ସ ବିଷ୍ନୋଇ ୨୦୨୧ ମାର୍ଚ୍ଚ ୨୦ ରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲକୁ ଏଭଳି ବୟାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe