ରିଲିଜ୍‌ ହେଲା ଅକ୍ଷୟଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍ବ’ର ଟ୍ରେଲର୍‌, ପ୍ରଶଂସା ଅଜାଡ଼ି ଦେଲେ ପ୍ରଶଂସକ

ରିଲିଜ୍‌ ହେଲା ଅକ୍ଷୟଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍ବ’ର ଟ୍ରେଲର୍‌, ପ୍ରଶଂସା ଅଜାଡ଼ି ଦେଲେ ପ୍ରଶଂସକ

Indiatimes.com

ମୁମ୍ବାଇ: ଖିଲାଡି ବୟ ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ‘ଲକ୍ଷ୍ମୀ ବମ୍ବ’ର ଟ୍ରେଲର୍‌ ରିଲିଜ ହୋଇଛି । ଟ୍ରେଲ୍‌ରରେ ଅକ୍ଷୟଙ୍କ ଅବତାର ଦେଖିବା ପରେ ପ୍ରଶଂସକମାନେ ତାଙ୍କ ଉପରେ ପ୍ରଶଂସା ଓଜାଡ଼ି ଦେଇଛନ୍ତି। ଟ୍ରେଲର ଇଣ୍ଟରନେଟରେ ଦିଶିବା ମାତ୍ରେ ପ୍ରଶଂସକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଭିନେତା ଅକ୍ଷୟ ଏବଂ ଚଳଚ୍ଚିତ୍ର ଉଦ୍ଦେଶ୍ୟରେ ପ୍ରଶଂସା ବାର୍ତ୍ତା ଦେଇ ଚାଲିଛନ୍ତି। ଅକ୍ଷୟ କୁମାରଙ୍କୁ କମେଡିର କିଙ୍ଗ ବୋଲି କହି ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଅଭିନନ୍ଦନ ଜଣାଇଥିବା ବେଳେ ଅକ୍ଷୟଙ୍କ ଏହି ଭୟ ଏବଂ କମେଡି ମିଶ୍ରିତ ଟ୍ରେଲ୍‌ରଟି  ସଭିଙ୍କ ମନକୁ ଛୁଇଁଛି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ମହିଳା ଭୂମିକାରେ ଅଛନ୍ତି କିଆରା ଆଡଭାନୀ।

ରାଘଭା ଲରେନ୍ସଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅକ୍ଷୟଙ୍କୁ ତିନି ତିନିଟି ଭୂତ କବଳିତ କରିଥିବାର ଦେଖିବାକୁ ମିଳିଛି। ଜଣେ କିନ୍ନର, ଜଣେ ମୁସଲ୍‌ମାନ ବ୍ୟକ୍ତି ଓ ଜଣେ ମାନସିକ ବିକୃତ ପିଲାର ଭୂତ ଅକ୍ଷୟଙ୍କ ଶରୀରରେ ପ୍ରବେଶ କରିବା ପରେ ସେ ଭିନ୍ନ ଭିନ୍ନ ଅନ୍ଦାଜରେ ନଜର ଆସୁଥିବାର ଜାଣିବାକୁ ମିଳିଛି। କିଆରା ଆଡଭାନୀ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି।

ଅକ୍ଷୟଙ୍କ ଏହି ଟ୍ରେଲର୍‌ ସୋସିଆଲ୍‌ ମିଡିଆରେ ଘୂରିବା ପରେ ପ୍ରଶଂସକମାନଙ୍କ ଖୁସିର ସୀମା ନାହିଁ। ଅକ୍ଷୟଙ୍କ ଜବର୍‌ଦସ୍ତ ଅଭିନୟ ସଭିଙ୍କୁ ମତୁଆଲା କରିଛି। କମେଡି କିଙ୍ଗ୍‌ ପରଦାରେ ବିସ୍ଫୋରଣ କରିବାକୁ ଯାଉଛନ୍ତି ବୋଲି କେହି କେହି କହୁଥିବା ବେଳେ ଆଉ କେହି ଲେଖିଛନ୍ତି ଅକ୍ଷୟଙ୍କ ଅଭିନୟର ତୁଳନା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe