ପ୍ରଥମ ଥର ଲାଗି ଜଣେ ନୂଆ ନାୟକଙ୍କ ସହ ଆସୁଛନ୍ତି ଲିପସା

Advertisment
ପ୍ରଥମ ଥର ଲାଗି ଜଣେ ନୂଆ ନାୟକଙ୍କ ସହ ଆସୁଛନ୍ତି ଲିପସା

Lipsa

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ଲିପସା ପ୍ରଥମ ଥର ଲାଗି ଜଣେ ନୂଆ ନାୟକଙ୍କ ସହ ଆସୁଥିବାର ଖବର ମିଳିଛି। ଏହି ନାୟକଜଣକ ହେଲେ ଆଶିଷ। ଯେଉଁ ନୂଆ ଓଡ଼ିଆ ସିନେମାରେ ଉଭୟଙ୍କୁ ଦେଖିବାକୁ ମିଳିବ ତାହା ହେଲା ‘ତୁ ମୋ’ ହାର୍ଟବିଟ୍’।

ଆଶିଷ ସାମଲଙ୍କ ପ୍ରଯୋଜିତ ‘ତୁ ମୋ’ ହାର୍ଟବିଟ୍’ର ନିର୍ଦେଶକ ହେଲେ ବିବେକ କୁମାର। ବୈଦ୍ୟନାଥ ଦାସ ଏହାର ସଙ୍ଗୀତ ନିର୍ଦେଶକ। ଏହି ଓଡ଼ିଆ ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରୀତିରାଜ, ପୁଷ୍ପା ପଣ୍ଡା, ପ୍ରିୟଙ୍କା, ଜୀବନ ପଣ୍ଡା ଓ ଗୁଡୁ ପ୍ରମୁଖ ଅଭିନୟ କରୁଥିବା ଜଣାଯାଇଛି।

publive-image
ସୂଚନାଯୋଗ୍ୟ, ସଞ୍ଜୟ ନାୟକଙ୍କ ନିର୍ଦେଶିତ ଫିଲ୍ମ ‘ଜୋକର୍’ ଜରିଆରେ ଓଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ ଲିପସା ମିଶ୍ର। ଏଥିରେ ପପୁ ପମପମ ଥିଲେ ନାୟକ ଭୂମିକାରେ। ହେଲେ ‘ଜୋକର୍’ ଏଯାଏଁ ମୁକ୍ତିଲାଭ କରିନାହିଁ। କିନ୍ତୁ ସେ ଅଟକି ନାହାନ୍ତି। କେତେବେଳେ ସେ ବଡ଼ ପରଦା ତ ପୁଣି କେତେବେଳେ ଛୋଟ ପରଦାରେ ନଜର ଆସିଛନ୍ତି।
ଏବେ ସଞ୍ଜୟ ନାୟକଙ୍କ ନିର୍ଦେଶିତ ଫିଲ୍ମ ‘ତୁ ଭାରି ବିଉଟିଫୁଲ୍’ରେ ପ୍ରଥମ ଥର ପାଇଁ ନାୟକ ଜ୍ୟୋତିଙ୍କ ସହ କାମ କରୁଛନ୍ତି । ଏଣେ ଦେବରାଜଙ୍କ ସହ ପ୍ରଥମ ଥର ଲାଗି ‘ଲେଖା ହେବ ଲଭ୍ ଷ୍ଟୋରି’ରେ ଅଭିନୟ କରୁଛନ୍ତି ଲିପସା ଯାହା ରିଲିଜ୍ ଅପେକ୍ଷାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe