ଓଟିଟିରେ ପ୍ରସାରିତ ହେଉଥିବା ୫ଟି ସବୁଠାରୁ ବୋଲ୍ଡ ୱେବସିରିଜ

Advertisment
ଓଟିଟିରେ ପ୍ରସାରିତ ହେଉଥିବା ୫ଟି ସବୁଠାରୁ ବୋଲ୍ଡ ୱେବସିରିଜ

ନୂଆଦିଲ୍ଲୀ: କରୋନା କାଳରେ ଓଟିଟି ପ୍ଲାଟଫର୍ମଗୁଡିକ ମନୋରଞ୍ଜନର ସର୍ବୋତ୍ତମ ମାଧ୍ୟମ ଭାବରେ ଉଭା ହୋଇଛି । ଆପଣ ନେଟଫ୍ଲିକ୍ସ, ପ୍ରାଇମ ଭିଡିଓ, ହଟଷ୍ଟାର, ଏମଏକ୍ସ ପ୍ଲେୟାର ଭଳି ଓଟିଟି ପ୍ଲାଟଫର୍ମରେ ବିଭିନ୍ନ ପ୍ରକାର ୱେବ୍ ସିରିଜ୍ ଦେଖିବାକୁ ପାଇବେ। ଆଜିକାଲି ଓଟିଟି ପ୍ଲାଟଫର୍ମରେ ୱେବ୍ ସିରିଜର ଚାହିଦା ଅଧିକ ରହିଛି। ତେବେ ଓଟିଟିରେ ମହଜୁଦ ଥିବା ୫ଟି ବୋଲ୍ଡ ୱେବ୍ ସୋ’ ବିଷୟରେ ଆସନ୍ତୁ ଜାଣିବା।

ବେକାବୁ
ଅଲ୍ଟ ବାଲାଜୀରେ ମୁକ୍ତିଲାଭ କରିଥିବା ଏକ ୱେବ୍ ସିରିଜ୍ 'ବେକାବୁ' ବୋଲ୍ଡ ସିରିଜ୍ ତାଲିକାରେ ରହିଛି। ଏଥିରେ ମଧୁସନେହା ଉପାଧ୍ୟାୟ, ପ୍ରିୟା ବାନାର୍ଜୀ, ରାଜୀବ ସିଦ୍ଧାର୍ଥ, ଜିତେନ୍ଦ୍ର ହିରାୱତ୍ ଏବଂ ଆନନ୍ଦିତା ସିଂଙ୍କ ପରି କଳାକାରମାନେ କାମ କରିଛନ୍ତି। ଏହା ବୋଲ୍ଡ ଏବଂ ଉତ୍ତେଜକ ଦୃଶ୍ୟରେ ପରିପୂର୍ଣ୍ଣ। ଏହାର ଦ୍ୱିତୀୟ ସିଜନ୍ ମଧ୍ୟ ରିଲିଜ୍ ହୋଇଛି ।

ଭର୍ଜିନ ଭାସ୍କର
ଜି୫ରେ ଏହି ସିରିଜ୍ ଏକ ‌ଯୌନସଂସର୍ଗଧର୍ମୀ  ବିଷୟ ଉପରେ ରଚିତ, ଯାହା ଅବିବାହିତ ଯୁବକଙ୍କ ଜୀବନଧାରା ଆଧାରିତ। ଏହି ସିରିଜ୍ ଉଭୟ ଜି୫ ଏବଂ ଅଲ୍ଟ ବାଲାଜୀରେ ଦେଖିବାକୁ ମିଳିବ।

ଚରମସୁଖ
'ଉଲୁ'ର ସବୁଠାରୁ ପ୍ରସିଦ୍ଧ ୱେବ୍ ସିରିଜ୍ ହେଉଛି ଚରମ ସୁଖ । ୨୦୨୧ ମସିହାରେ ଚରମ ସୁଖର ଅନେକ ଅଧ୍ୟାୟ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା । ପ୍ରତ୍ୟେକ ଅଧ୍ୟାୟର ନାମ ‌ଯୌନଉଦ୍ଦୀପକ ଶୈଳୀରେ ରଖାଯାଇଥିଲା। । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହାର ଦର୍ଶକ ମଧ୍ୟ କମ୍ ନୁହଁନ୍ତି । ଏହି ସରିଜର ଅନେକ ଦର୍ଶକ ରହିଛନ୍ତି।

ଚରିତ୍ରହୀନ
ଚରିତ୍ରହୀନ ଏମଏକ୍ସପ୍ଲେୟାରର ବୋଲ୍ଡ ସିରିଜ୍ ମଧ୍ୟରୁ ଗୋଟିଏ, ଯାହା ପରିବାର ସହିତ ବସି ଦେଖି ହେବନାହିଁ। ଏଥିରେ କିଛି ଅଧ୍ୟାୟ ଅଶ୍ଳୀଳତାର ସମସ୍ତ ସୀମା ଅତିକ୍ରମ କରିଛି।

ଲଭଲି ମସାଜ ପାର୍ଲର
ଲଭଲି ମସାଜ ପାର୍ଲରରେ ଅନେକ ବୋଲ୍ଡ ଦୃଶ୍ୟ ଅଛି । ଏହାକୁ ଦେଖିବାକୁ ଦର୍ଶକ ଚାହିଦା ଅଧିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe