ଚତୁର୍ଥ ପର୍ଯ୍ୟାୟ ମତଦାନରେ ଧାଡ଼ିରେ ଠିଆ ହୋଇ ଭୋଟ୍‌ ଦେଲେ ବଲିଉଡ୍‌ର ଅନେକ କଳାକାର

Advertisment
ଚତୁର୍ଥ ପର୍ଯ୍ୟାୟ ମତଦାନରେ ଧାଡ଼ିରେ ଠିଆ ହୋଇ ଭୋଟ୍‌ ଦେଲେ ବଲିଉଡ୍‌ର ଅନେକ କଳାକାର

ମୁମ୍ବାଇ : ଆଜି ସକାଳୁ ୨୦୧୯ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହୋଇ ସାରିଥିବା ବେଳେ ମତଦାନ କେନ୍ଦ୍ରକୁ ଯାଇ ଲୋକମାନେ ମତଦାନ କରିବା ଆରମ୍ଭ କରିଛନ୍ତି । ପ୍ରତି ପର୍ଯ୍ୟାୟ ଭଳି ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ଅନେକ ବଡ଼ ବଡ଼ ବଲିଉଡ୍‌ କଳାକାର ଧାଡ଼ିରେ ଠିଆ ହୋଇ ମତଦାନ କରିଥିବା ଦେଖା ଯାଇଛି ।

ସେ ମଧ୍ୟରେ ରହିଛନ୍ତି, ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର, ପ୍ରିୟଙ୍କା ଚୋପ୍ରା, ରେଖା, ଗୋରଖପୁରରୁ ବିଜେପିର ସାଂସଦ ପ୍ରାର୍ଥୀ ଥିବା ଅଭିନେତା ରବି କିସନ, ପରେଶ ରାଓ୍ଵଲ ଏବଂ ତାଙ୍କ ପତ୍ନୀ ସ୍ୱରୁପ ସମ୍ପତ, ଅଭିନେତ୍ରୀ ମାଧୁରୀ ଦିକ୍ଷିତ୍‌, କଣ୍ଠଶିଳ୍ପୀ ଶଙ୍କର ମହାଦେବନ ଏବଂ ତାଙ୍କ ପତ୍ନୀ, ଫିଲ୍ମ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ, ଆମୀର ଖାନ୍‌ ଏବଂ ତାଙ୍କ ପତ୍ନୀ କିରଣ ରାଓ, ଅନୁପମ ଖେର୍‌, ସୋନଲି ବେନ୍ଦ୍ର, ଭାଗ୍ୟଶ୍ରୀ, ମନିଷ ମଲହୋତ୍ରା, ଇମ୍ରାନ୍‌ ହାସ୍‌ମୀ, ଗୁଲଜାର, କଙ୍ଗନା ରାଣାଓ୍ଵତ୍‌, ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର ଏବଂ ତାଙ୍କ ପତ୍ନୀ ରେଣୁ ନମ୍ବୋଦୀରୀ, ସଲମାନ ଖାନ୍‌, ରଣବୀର ସିଂହ, କରୀନା କୁପର ଖାନ୍‌, ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାଏ ବଚ୍ଚନ, ଅଭିଷେକ ବଚ୍ଚନ ଏବଂ ଜୟା ବଚ୍ଚନ, ଅଭିନେତ୍ରୀ ହେମା ମାଳିନୀ, ତାଙ୍କର ଦୁଇ ଝିଅ ଇଶା ଦେଓଲ ଏବଂ ଆହାନା ଦେଓଲ, ଶବାନା ଆଜ୍‌ମି ଏବଂ ଜାଭେଦ ଅଖ୍‌ତର ପ୍ରମୂଖ ମତଦାନ କରିଛନ୍ତି ।

ମତଦାନ ପ୍ରକ୍ରିୟା ଏବେ ଆରମ୍ଭ ହୋଇଥିବା ବେଳେ ଧୀରେ ଧୀରେ ମତଦାନ କେନ୍ଦ୍ରରେ ଭିଡ଼ ବଢ଼ୁଥିବା ଦେଖା ଯାଇଛି । ମତଦାନ ପରେ ପ୍ରିୟଙ୍କା ନିଜର ଫଟୋ ଟୁଇଟ୍‌ କରି ଗୋଟେ ଭୋଟ୍‌ର ଗୁରୁତ୍ୱ ବୁଝାଇବା ସହ ମତଦାନ କରିବାକୁ କହିଛନ୍ତି ।

ସୂଚନା ମୁତାବକ, ୯ଟି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନର ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ୭୧ଟି ଲୋକସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି । ସେ ମଧ୍ୟରେ, ବିହାରର ୫ଟି, ଜମ୍ମୁ-କଶ୍ମୀରର ଗୋଟେ, ମଧ୍ୟପ୍ରଦେଶର ୬ଟି, ମହାରାଷ୍ଟ୍ରର ୧୭ଟି, ଓଡ଼ିଶାର ୬ଟି, ରାଜସ୍ଥାନ ୧୩ଟି, ଉତ୍ତରପ୍ରଦେଶ ୧୩ଟି ଏବଂ ପଶ୍ଚିମବଙ୍ଗରେ ୮ଟି ଆସନ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe