ପୃଥିବୀର ଦୀର୍ଘତମ ଚଳଚ୍ଚିତ୍ର ‘ଲଜିଷ୍ଟିକ୍‌ସ’

ସିନେମାଟିକୁ ଦେଖିବାକୁ ହେଲେ ପ୍ରାୟ ୩୬ ଦିନ ସମୟ ଲାଗିଯିବ

ପୃଥିବୀର ଦୀର୍ଘତମ ଚଳଚ୍ଚିତ୍ର ‘ଲଜିଷ୍ଟିକ୍‌ସ’

YouTube

ଆମେ ଏକ ଚଳଚ୍ଚିତ୍ରକୁ ଅବିରତ ଭାବେ କେତେ ସମୟ ଧରି ଦେଖି ପାରିବା? ଅଧିକରୁ ଅଧିକ ୩ ରୁ ୪ ଘଣ୍ଟା। ତଥାପି ଆମେ ଥକି ପଡ଼ିବା। ହେଲେ ପୃଥିବୀର ଦୀର୍ଘତମ ଚଳଚ୍ଚିତ୍ରର ଅବଧି ଜାଣିଲେ ଯେ କେହି ଅବିଶ୍ବାସ କରିବ। ଏହି ଚଳଚ୍ଚିତ୍ରର ନାମ ହେଉଛି ‘ଲଜିଷ୍ଟିକ୍‌ସ’। ଏହି ସିନେମାଟିକୁ ଦେଖିବାକୁ ହେଲେ ଆମକୁ ପ୍ରାୟ ୩୬ ଦିନ ସମୟ ଲାଗିଯିବ।

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥଲେ ମଧ୍ୟ ସ୍ବିଡିସ୍ ଭାଷାରେ ନିର୍ମିତ ଏହି ଫିଲ୍ମଟି ୮୫୭ଘଣ୍ଟା ଲମ୍ବା। ଏହି ଚଳଚ୍ଚିତ୍ରଟିକୁ ପରୀକ୍ଷାମୂଳକ ଏବଂ ଅଣପାରମ୍ପରିକ ଭାବେ ୨୦୧୨ ମସିହାରେ ସ୍ବିଡେନ୍‌ର ଏରିକା ମାଗ୍‌ନୁସନ୍ ଏବଂ ଡାନିଏଲ ଆଣ୍ଡରସନ ନିର୍ମାଣ କରିଥିଲେ। ଆଧୁନିକ ଯନ୍ତ୍ରପାତି ଥିବା ବଡ଼ ବଡ଼ ଲୁହା କଣ୍ଟେନର୍‌ଗୁଡ଼ିକୁ ଜାହାଜଦ୍ବାରା ଜଳପଥରେ ପରିବହନ କରି କିପରି ଲକ୍ଷ୍ୟସ୍ଥଳରେ ପହଞ୍ଚାଯାଉଛି ସେହି ବିଷୟବସ୍ତୁ ଉପରେ ଲଜିଷ୍ଟିକ୍‌ସ ଫିଲ୍ମଟି ଆଧାରିତ। ସ୍ବିଡେନର ରାଜଧାନୀ ଷ୍ଟକ୍‌ହୋମ ଠାରୁ ଚାଇନାର ବାଓଆନ୍ ସହରର ଏକ କାରଖାନା ପର୍ଯ୍ୟନ୍ତ କଣ୍ଟେନର୍‌ଗୁଡ଼ିକର ପରିବହନ କରାଯାଉଥିବାର ଦୃଶ୍ୟକୁ ଏଥିରେ ଚିତ୍ରଣ କରାଯାଇଛି।

ଫିଲ୍ମଟି ମାତ୍ରାଧିକ ଲମ୍ବା ହୋଇଥିବା ହେତୁ ଲୋକମାନେ ବିରକ୍ତ ହୋଇ ଏହାକୁ ଦେଖିବାକୁ ପସନ୍ଦ କରନ୍ତି ନାହିଁ। ଏହାର ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ ଇଣ୍ଟରନେଟରେ ଉପଲବ୍ଧ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe