ଜୁଲାଇ ୪ରେ ଶ୍ରୀଜଗନ୍ନାଥଙ୍କ ନବକଳେବର

Advertisment

ପ୍ରଯୋଜନା ପରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିଥିବା ବିନି ସାମଲଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର  ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ମୁକ୍ତିଲାଭ କରିବାକୁ ଯାଉଛି। ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଅଜବ ସଞ୍ଜୁର ଗଜବ ଲଭ୍’ ଓ ସୁଧାକର...

ପ୍ରଯୋଜନା ପରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିଥିବା ବିନି ସାମଲଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର  ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ମୁକ୍ତିଲାଭ କରିବାକୁ ଯାଉଛି। ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଅଜବ ସଞ୍ଜୁର ଗଜବ ଲଭ୍’ ଓ ସୁଧାକର...

dsdscxxc

ପ୍ରଯୋଜନା ପରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିଥିବା ବିନି ସାମଲଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର  ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ମୁକ୍ତିଲାଭ କରିବାକୁ ଯାଉଛି। ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଅଜବ ସଞ୍ଜୁର ଗଜବ ଲଭ୍’ ଓ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ସାଥୀ ତୁ ଫେରିଆ’ର ପ୍ରଯୋଜନା ପରେ ବିନି ସାମଲ ପ୍ରାୟ ୩ ବର୍ଷ ଧରି ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ନିର୍ମାଣରେ ମନୋନିବେଶ କରିଥିଲେ। ଜଗନ୍ନାଥଙ୍କ ମହିମା ଆଧାରିତ ଏହି ବହୁତାରକା ସିନେମା ଜରିଆରେ ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିଛନ୍ତି ବିନି। ଏଥିରେ ସିଦ୍ଧାନ୍ତ, ସୂର୍ଯ୍ୟମୟୀ, ଜ୍ୟୋତି, ଶିବାନୀ, ଶ୍ରୀତମ୍,  ଅଂଶୁମାନ, ଦେବୁ ପଟ୍ଟନାୟକ, କେଦାର ମିଶ୍ର, ପ୍ରିୟଙ୍କା ସାହୁ ଓ କୁନା ତ୍ରିପାଠୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ସାହିତ୍ୟିକ ଶଙ୍କର ତ୍ରିପାଠୀଙ୍କ ଏକ ଚର୍ଚ୍ଚିତ ନାଟକ ଆଧାରରେ ନିର୍ମିତ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ମହାପ୍ରଭୁଙ୍କ ବାହୁଡ଼ା ପୂର୍ବ ଦିନ ଅର୍ଥାତ୍ ଜୁଲାଇ ୪ ତାରିଖରେ ମୁକ୍ତିଲାଭ କରିବ।

ସୂଚନା ଅନୁଯାୟୀ, ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ର ପୋଷ୍ଟ ପ୍ରଡକସନ୍ କାମ ସରିଛି। ଏହା ମହାପ୍ରଭୁଙ୍କ ବାହୁଡ଼ା ପୂର୍ବ ଦିନ ଅର୍ଥାତ୍ ଜୁଲାଇ ୪ ତାରିଖରେ ମୁକ୍ତିଲାଭ କରିବ। ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ସାହିତ୍ୟିକ ଶଙ୍କର ତ୍ରିପାଠୀଙ୍କ ଏକ ଚର୍ଚ୍ଚିତ ନାଟକ ଆଧାରରେ ନିର୍ମିତ ହୋଇଥିବା ଏହି ସିନେମାରେ ମଳୟ ମିଶ୍ର ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ବବି ଇସ୍‌ଲାମ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe