ଭଗବାନ ରାମ ମୋ ପାଇଁ ବି ହିରୋ: ସୈଫ୍‌

Advertisment
ଭଗବାନ ରାମ ମୋ ପାଇଁ ବି ହିରୋ: ସୈଫ୍‌

Filmfare.com

ଚଳଚ୍ଚିତ୍ର ‘ଆଦିପୁରୁଷ’ର ସୁଟିଂ ଆରମ୍ଭ ନ ହେଉଣୁ ଏହାକୁ ନେଇ ବିବାଦ ଦେଖାଦେଲାଣି। ଚଳଚ୍ଚିତ୍ରରେ ରାବଣ ଚରିତ୍ରକୁ ସକାରାତ୍ମକ ଦିଗରେ ଦେଖାଇବା ପାଇଁ ଯୋଜନା କରାଯାଉଥିବାରୁ ବିଜେପି ନେତା ରାମ କଦମ ଏନେଇ ଆପତ୍ତି ଉଠାଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ହିନ୍ଦୁମାନଙ୍କ ଧର୍ମୀୟ ଭାବନାକୁ ଆଘାତ କରିବା ଆଜିକାଲି ବଲିଉଡ୍‌ରେ ଏକ ଟ୍ରେଣ୍ଡ୍‌ ପାଲଟି ଗଲାଣି। ଉଦ୍ଦେଶ୍ୟମୂଳକ ଭାବେ ଏପରି କରାଯାଉଛି। ତେବେ ଏନେଇ ଅଭିନେତା ସୈଫ ଅଲ୍ଲୀ ଖାନ୍‌ ନିଜ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ଭଗବାନ ରାମ ମୋ ପାଇଁ ବି ହିରୋ। ମୁଁ ଉଦ୍ଦେଶ୍ୟମୂଳକ ଭାବେ କିଛି କହିନାହିଁ। ଯଦି ମୋ ଉକ୍ତି କାହାକୁ କଷ୍ଟ ଦେଇଛି, ମୁଁ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛି ଓ ମୋ ଉକ୍ତି ଫେରାଇ ନେଉଛି ବୋଲି ସୈଫ୍‌ କହିଛନ୍ତି। ପ୍ରକାଶଯୋଗ୍ୟ, ଗତକାଲି ‌ସୈଫ୍ କହିଥିଲେ, ଏଭଳି ଜଣେ ରାକ୍ଷସଙ୍କ ଚରିତ୍ର ଅଭିନୟ କରିବାକୁ ମଜା ଲାଗିବ। ଏହି ଚରିତ୍ର ଜରିଆରେ ଦର୍ଶକଙ୍କୁ ବୁଝାଇବୁ ଯେ କ’ଣ ପାଇଁ ରାବଣ, ମା’ ସୀତାଙ୍କୁ ହରଣ କରିଥିଲା। ଆମେ ଏହି ଚରିତ୍ର ଜରିଆରେ ପ୍ରତିଟି କଥାର ସ୍ପଷ୍ଟୀକରଣ ଦେବୁ ବୋଲି ସୈଫ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe