ଭାଲେଣ୍ଟାଇନ୍‌ସ ଡେ’ରେ ପ୍ରଦର୍ଶିତ ହେବ ଚଳଚ୍ଚିତ୍ର ‘ଲଭ୍ ଇମ୍ପସିବଲ୍‌’

Advertisment
ଭାଲେଣ୍ଟାଇନ୍‌ସ ଡେ’ରେ ପ୍ରଦର୍ଶିତ ହେବ ଚଳଚ୍ଚିତ୍ର ‘ଲଭ୍ ଇମ୍ପସିବଲ୍‌’

‘ଭାଲେଣ୍ଟାଇନ୍‌ସ ଡେ’ ଅବସରରେ ଆସୁଛି ପ୍ରେମ କାହାଣୀ ‘ଲଭ୍ ଇମ୍ପସିବଲ୍‌’। ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଅଭିନୟ କରୁଛନ୍ତି ଅଭିନେତ୍ରୀ ଲଭ୍‌ଲି ଓ ବବ୍‌ଲୀ। ଭାଲେଣ୍ଟାଇନ୍‌ସ ଡେ’ ଅବସରରେ ଓଟିଟି ମଞ୍ଚ ‘କଞ୍ଚାଲଙ୍କା’ରେ ଏହି ବାସ୍ତବଧର୍ମୀ ପ୍ରେମ କାହାଣୀ ପ୍ରଦର୍ଶିତ ହେବ। ଏହି ପ୍ରେମଭିତ୍ତିକ ଚଳଚ୍ଚିତ୍ରଟି ଯୁବବର୍ଗଙ୍କୁ ବେଶ୍‌ ଆକର୍ଷିତ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା କରାଯାଉଛି। ଏଥିରେ ଲଭ୍‌ଲି ଓ ବବ୍‌ଲୀଙ୍କ ସହ ଅଭିନେତା ଅଙ୍କିତ୍‌ ଓ ସନ୍ଦୀପ ଅଭିନୟ କରୁଛନ୍ତି। ଚଳଚ୍ଚିତ୍ରର ନିର୍ଦେଶନା ଦେଇଛନ୍ତି ରମେଶ ରାଉତ।

କଞ୍ଚାଲଙ୍କା ଓଟିଟି ପ୍ଲାଟ୍‌ଫର୍ମରେ ଆଗରୁ ଅଭିନେତା ପପୁ ପମ୍‌ପମ୍‌ ଓ ଅଭିନେତ୍ରୀ ଅଙ୍କିତାଙ୍କ ‘ହ୍ୟାଲୋ ରାବଣ’, ଅଭିନେତା ରାଜେଶ ଓ ଅଭିନେତ୍ରୀ ରିୟାଙ୍କ ‘ହଉ ହଉ‌ ହେଇଗଲାରେ’, ଅଭିନେତା ଲୋହିତାକ୍ଷ ଓ ଅଭିନେତ୍ରୀ ସୌମ୍ୟାଙ୍କ ‘୨ ଚକଲେଟ୍’, ଶ୍ରଦ୍ଧାଙ୍କ ‘ବ୍ରେକ ଅପ୍ ରୁଲ୍‌ସ’ ଭଳି ଚଳଚ୍ଚିତ୍ର ମୁକ୍ତିଲାଭ କରି ଲୋକାଦୃତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe