ପବନରେ ପ୍ରେମ

Advertisment
ପବନରେ ପ୍ରେମ

Navbharat Times

ଆମେରିକାନ ଟେଲି ରିଅଲିଟି ସୋ’ ‘ଫିୟର ଫ୍ୟାକ୍ଟର’କୁ ଅନୁକରଣ କରି ପ୍ରଥମେ ସୋନି ଟିଭିରେ ପ୍ରସାରିତ ହେଇଥିଲା ‘‘ଫିୟର ଫ୍ୟାକ୍ଟ ଇନ୍ ଇଣ୍ଡିଆ’। ପରେ ସୋନିଠାରୁ ଏଇ ସୋ’କୁ କଲର୍ସ ଚ୍ୟାନେଲ କିଣିନେଇଥିଲା। କଲର୍ସରେ ଏହା ‘ଖତ୍ରୋଁ କା ଖିଲାଡ଼ି’ ଶୀର୍ଷକରେ ପ୍ରସାରିତ ହେଇଆସୁଛି। ଏ‌ ‘ଖତ୍ରୋଁ କା ଖିଲାଡ଼ି’ ସିଜିନ-୧୧ରେ ପାଦ ଦେଇଛି। ସିଜିନ୍‌-୧୧ ଏବେ ଦକ୍ଷିଣ ଆଫ୍ରିକାର କେପ୍‌ଟାଉନ୍‌ରେ ସୁଟିଂ ଚାଲିଛି। ପୂରା ୟୁନିଟ୍ ମେମ୍ବର ସେଠାରେ ଡେରା ପକାଇଛନ୍ତି। ଚଳଚ୍ଚିତ୍ର ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଏହି ସୋ’ର ହୋଷ୍ଟିଙ୍ଗ୍ କରୁଛନ୍ତି। ସିଜିନ-୧୧ରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନେ ସୁଟିଂସେଟ୍‌ରୁ ଭିଡିଓ ସୁଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଏହାଦ୍ବାରା ସେମାନେ ସୋ’ ପ୍ରସାରଣ ପୂର୍ବରୁ ମଧ୍ୟ ନିଜ ପାଇଁ କିଛି ପ୍ରଶଂସକ ତିଆରି କରୁଛନ୍ତି।

ନିକଟରେ ଭିଶାଲ ଆଦିତ୍ୟ ସାନା ମକବୁଲଙ୍କ ସହ କ୍ଲୋଜ୍‌ଅପ୍‌ ହେଇ କିଛି ଫଟୋ ଉଠାଇଛନ୍ତି ଏବଂ ସେ ସବୁକୁ ସୋସିଆଲ୍ ମିଡିଆରେ ଛାଡ଼ିଛନ୍ତି। ଭିଶାଲ କଳାରଙ୍ଗର ବ୍ୟାୟାମ୍ ପୋଷାକ ପିନ୍ଧିଥିବା ବେଳେ ସାନା ନୀଳରଙ୍ଗର ଟ୍ରାକସୁଟ୍ ପିନ୍ଧିଛନ୍ତି। ଏ ଦୁହଁଙ୍କ ଅନ୍ତରଙ୍ଗ ଫଟୋ ତଳେ ପ୍ରତିଯୋଗୀ ନିକ୍କି ତାମ୍ବୋଲି ଲେଖିଛନ୍ତି, ‘ଲଭ୍ ଇଜ୍ ଇନ୍ ଦ ଏୟାର’। ଏତିକିବେଳେ ସିଜିନ-୧୧ର ଅନ୍ୟ ଦୁଇ ପ୍ରତିଯୋଗୀ ମଧ୍ୟ ପାଖାପାଖି ହେଇଥିବାର ଦେଖିବାକୁ ମିଳିଛି। ସେମାନେ ହେଲେ କୁଲଫି କୁମାର ବାଜେୱାଲା ଏବଂ ନିକ୍କି ତା‌ମ୍ବୋଲି। ଏମାନେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଫଟୋରୁ ମଧ୍ୟ ଉଭୟଙ୍କ ପ୍ରେମସମ୍ପର୍କ ବାରି ହୋଇପଡ଼ୁଛି। ଏମାନଙ୍କ ଅନ୍ତରଙ୍ଗ ଫଟୋ ତଳେ ଆଉ ଜଣେ ପ୍ରତିଯୋଗୀ ଅର୍ଜୁନ ବିଜଲାନୀ କମେଣ୍ଟ କରି ଲେଖିଛନ୍ତି ‘ସୋନାବାବୋ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe