‘ପିଶାଚ’‌‌ରେ ଲଭ୍‌ଷ୍ଟୋରି

Advertisment
‘ପିଶାଚ’‌‌ରେ ଲଭ୍‌ଷ୍ଟୋରି

ଟଙ୍କିକିଆ ପ୍ରେମ ତୋର ପିଆଇଲୁ ବିଷ, ପ୍ରକୃତ ପ୍ରେମ ପାଇଁ ତୁ ଗୋଟେ କଳଙ୍କ, ଛାତିରୁ କୋହ କମୁନି ମୋର, ଆଖିରୁ ବହେ ଲୁହର ଧାର, ତୋ ଜୀବନରେ ଖୁସି ପାଇବୁନି ଦେଲି ମୁଁ ତୋତେ ଅଭିଶାପ, ତୋ ପାଇଁ ହେଇଗଲି ଆଜି ମୁଁ ପିଶାଚ।’ ଏହା ଏକ ମ୍ୟୁଜିକାଲ୍ ଆଲବମ୍ ହେଇଥିଲେ ମଧ୍ୟ ଏଥିରେ ରହିଛି ଚଳଚ୍ଚିତ୍ର ପରି ଏକ ରୋମାଣ୍ଟିକ୍ ଲଭ୍ ଷ୍ଟୋରି।

ଏସ୍ଆର୍ ଟ୍ୟୁନ୍ସ ନିବେଦିତ ଏବଂ ଏସ୍.ଆର୍. ବର୍ଷାରାଣୀ ଓ କେ. ପଟ୍ଟନାୟକ ପ୍ରଯୋଜିତ ନୂଆ ମ୍ୟୁଜିକ୍ ଆଲବମ୍ ‘ପିଶାଚ’ର ନିର୍ଦ୍ଦେଶନା ଦେଇଛନ୍ତି ସ୍ବାଗତ ପାତ୍ର ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜ୍ଞାନ ବେହେରା। ଏହି ଗୀତରେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର। ଗୀତଦୃଶ୍ୟରେ ଦେଖିବାକୁ ମିଳିଛନ୍ତି, ସୌମ୍ୟରଂଜନ, ରୋନି ଓ ଶୁଭଶ୍ରୀ। ପ୍ରେମିକା ତା’ର ପସନ୍ଦର ପ୍ରେମିକକୁ ପାଇବାକୁ ଯାଇ ତାକୁ ଭଲ ପାଉଥିବା ପ୍ରେମିକକୁ ବିଷ ଦେଇ ମାରିଦେଉଛି। ସେଇ ପ୍ରେମିକ ତା’ଜୀବନରେ ପିଶାଚ ହେଇ ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe