ବଡ଼ ପରଦାରେ ନୁହେଁ ,ଛୋଟ ପରଦାରେ ପ୍ରିମିଅର୍‌ ହେବ ‘ଲଭ୍‌ ୟୁ ଜେସିକା ’

Advertisment
ବଡ଼ ପରଦାରେ ନୁହେଁ ,ଛୋଟ ପରଦାରେ ପ୍ରିମିଅର୍‌ ହେବ ‘ଲଭ୍‌ ୟୁ ଜେସିକା ’

ଭୁବନେଶ୍ୱର: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଜେସି ଏବେ ସାର୍ଥକ ଟିଭିରେ ପ୍ରସାରିତ ମେଗା ଧାରାବାହିକ‘ଜୀବନ ସାଥୀ’ରେ ନଜର ଆସୁଛନ୍ତି ଫିମେଲ୍‌ ଲିଡରେ। ତାଙ୍କୁ ଦର୍ଶକ ଖୁବ୍‌ ଶୀଘ୍ର ବଡ଼ପରଦାରେ ଦେଖିବାକୁ ପାଇବେ ବୋଲି ଢ଼େର ଦିନରୁ ଚର୍ଚ୍ଚା ହେଉଥିଲା। କାରଣ ସେ ଏକ ଓଡ଼ିଆ ସିନେମାର ସୁଟିଂ କରୁଥିଲେ। ହେଲେ କେବେ ତାହା ବଡ଼ ପରଦାକୁ ଆସିବ ନାହିଁ ବୋଲି ସୂଚନା ମିଳୁଛି। ବରଂ ତାହାର ଛୋଟ ପରଦାରେ ପ୍ରିମିଅର୍‌ ହେବ ବୋଲି କୁହାଯାଉଛି । କିନ୍ତୁ ଏଭଳି ନିଷ୍ପତ୍ତିର ସଠିକ୍‌ କାରଣ ଜଣାପଡ଼ୁନାହିଁ । ଏହି ଓଡ଼ିଆ ଛବିର ପ୍ରିମିୟର୍‌ ଜି ସାର୍ଥକ ଟିଭିରେ ହେବ ବୋଲି ଜଣାଯାଇଛି।

ଏଠାରେ ଯେଉଁ ଫିଲ୍ମର କଥା କୁହାଯାଉଛି ତାହାର ଟାଇଟଲ୍‌ ହେଲା ‘ଲଭ୍‌ ୟୁ ଜେସିକା ’। ଏଥିରେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଜେସଙ୍କୁ ଫିମେଲ ଲିଡରେ ଦେଖିବାକୁ ପାଇବେ ଦର୍ଶକ। ଏଥିରେ ଜେସିଙ୍କ ଅଭିନୀତ ଚରିତ୍ରର ନାମ ରହିଛି ଜେସିକା।ଏହି ସିନେମାର କଥାବସ୍ତୁ ଅଭିନେତ୍ରୀ ଜେସିଙ୍କର ବ୍ୟକ୍ତିଗତ ଜୀବନର ଏକ ଗୁରୁତ୍ୱପୂର୍ଣ ଘଟଣା ଉପରେ ଆଧାରିତ ବୋଲି କୁହାଯାଉଛି। ଏକଦା ଚର୍ଚାରେ ଥିବା ରାଜା-ଜେସି ପ୍ରସଙ୍ଗକୁ ନେଇ ନିର୍ମିତ‘ଲଭ୍‌ ୟୁ ଜେସିକା’ର ନିର୍ଦେଶନା ଭାର ତୁଲାଇଛନ୍ତି ସୁଶାନ୍ତ ମଣି। ଅକ୍ଷୟ କୁମାର ପରିଜା ଏହାର ପ୍ରଯୋଜକ। ଏଥିରେ ଜେସିଙ୍କ ବ୍ୟତୀତ ହର ରଥ ଏବଂ ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ ଚରିତ୍ରରେ ଦେଖିବାକୁ ପାଇବେ ସିନେପ୍ରେମୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe