ମୋଦୀଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ଏଡ଼ାଇ ଦେଲେ ବିଗବସ୍ ୧୮ର ଅଫର

ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ଥିବା ଲକି ବିଷ୍ଟଙ୍କୁ 'ବିଗ୍ ବସ୍ ୧୮'ରେ ଭାଗ ନେବାକୁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ।

୫୪୩୫

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଗୁପ୍ତଚର ତଥା ନ୍ୟାସନାଲ ସିକ୍ୟୁରିଟି ଗାର୍ଡ କମାଣ୍ଡୋ ଲକି ବିଷ୍ଟ ରିଅଲିଟି ସୋ 'ବିଗ୍ ବସ୍ କୁ ନେଇ ଏକ ବଡ ଖୁଲାସା କରିଛନ୍ତି। ସେ କହିଛନ୍ତି ତାଙ୍କୁ ରିଅଲିଟି ସୋ 'ବିଗ୍ ବସ୍ ୧୮'ରେ ଭାଗ ନେବାକୁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଲକି ବିଷ୍ଟ ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ଭାବରେ କାର୍ଯ୍ୟ କରିଥିଲେ।

ଏକ ଲାଭଜନକ ଅଫର୍ ସତ୍ୱେ ସେ 'ବିଗ୍ ବିଗ୍ ୧୮' ରେ ଭାଗ ନେବାକୁ ମନା କରିଦେଇଥିଲେ, କାରଣ ସେ ଜାତୀୟ ଟେଲିଭିଜନରେ ତାଙ୍କ ଜୀବନର ଅନେକ ଦିଗ ପ୍ରକାଶ କରିପାରିବେ ନାହିଁ। ତାଙ୍କ ମୁଖପାତ୍ରଙ୍କ ମାଧ୍ୟମରେ ଏକ ସରକାରୀ ବିବୃତ୍ତିରେ ସେ କହିଛନ୍ତି, "ଜଣେ RAW ଏଜେଣ୍ଟ ଭାବରେ ଆମ ଜୀବନ ପ୍ରାୟତଃ  ଗୁପ୍ତ ଓ ରହସ୍ୟମୟ ହୋଇ ରହିଥାଏ ଏବଂ ଖୁବ୍ କମ୍ ଲୋକ ଆମ ପ୍ରକୃତ ପରିଚୟ ଜାଣିଥାନ୍ତି। ଆମକୁ ତାଲିମ ଦିଆଯାଇଥାଏ କିପରି ଆମେ ଆମ ବ୍ୟକ୍ତିଗତ ଜୀବନ ଓ ଅସଲ ପରିଚୟ ଦୁନିଆ ଆଗରେ ଲୁଚାଇ ରଖିବୁ, ଆଉ ମୁଁ ଏହାକୁ ବଜାୟ ରଖିବାକୁ ଚାହେଁ। ଆପଣମାନେ ଏହାକୁ ସମର୍ଥନ କରୁଥିବାରୁ ଧନ୍ୟବାଦ ଜଣାଉଛି।

ସେ ଆହୁରି ମଧ୍ୟ ସେୟାର କରିଛନ୍ତି ଯେ, ସେ 'ବିଗ୍ ବସ୍ ୧୮'ର ଟିମ୍ ଏବଂ ନିଜ ଟିମ୍ ସହିତ ଅନେକ ରାଉଣ୍ଡ ଆଲୋଚନା କରିଥିଲେ, କିନ୍ତୁ ଶେଷରେ ତାଙ୍କୁ ରିଅଲିଟି ସୋରେ ଅଂଶଗ୍ରହଣ ନକରିବାକୁ ପରାମର୍ଶ ଦିଆଯାଇଥିଲା। 

ଲକି ବିଷ୍ଟ ଜଣେ ଜଣାଶୁଣା ଭାରତୀୟ ସ୍ନାଇପର ତଥା ରଅ ଏଜେଣ୍ଟ, ବିଷ୍ଟ ୨୦୦୯ ମସିହାରେ ଭାରତର ସର୍ବଶ୍ରେଷ୍ଠ ଜାତୀୟ ସୁରକ୍ଷା ଗାର୍ଡ କମାଣ୍ଡୋ ଆଖ୍ୟା ଅର୍ଜନ କରିଥିଲେ। ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ତାଙ୍କ ସୁରକ୍ଷା ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ। ୨୦୧୦ରେ ଯେତେବେଳେ ଆମେରିକାର ରାଷ୍ଟ୍ରପତି ବାରାକ ଓବାମା ଭାରତ ଗସ୍ତରେ ଆସିଥିଲେ ସେତେବେଳେ ସେ ତାଙ୍କ ସୁରକ୍ଷା ଦାଇତ୍ୱରେ ଥିଲେ।

୨୦୧୧ ମସିହାରେ ଉତ୍ତରାଖଣ୍ଡ ନେପାଳ ସୀମାରେ ରାଜୁ ପରଗାଇ ଏବଂ ଅମିତ ଆର୍ଯ୍ୟଙ୍କ ହତ୍ୟା ମାମଲାରେ ବିଷ୍ଟଙ୍କୁ ଗିରଫ କରାଯାଇଥିଲା। ତେବେ, ୨୦୧୮ରେ ପ୍ରମାଣ ଅଭାବରୁ ସେ ଏହି ମାମଲାରେ ଦୋଷମୁକ୍ତ ହୋଇଥିଲେ। ଏହା ପରେ ସେ ସ୍ୱତନ୍ତ୍ର ବାହିନୀ ଛାଡି ସ୍କ୍ରିନ୍ ରାଇଟର୍ ଏବଂ ଚଳଚ୍ଚିତ୍ର ନିର୍ମାତା ଭାବରେ ବଲିଉଡରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe