ଏହି ସିନେମା ଦ୍ୱାରା ପୁଣି ଗ୍ଲାମର ଦୁନିଆର ଗୁମର ଖୋଲିବ !

Advertisment
ଏହି ସିନେମା ଦ୍ୱାରା ପୁଣି ଗ୍ଲାମର ଦୁନିଆର ଗୁମର ଖୋଲିବ !

ହାଇଦ୍ରାବାଦ: ନିର୍ମାତା ଓ ପ୍ରଯୋଜକ ମଧୁର ଭଣ୍ଡାରକର  ସର୍ବଦା ସତ୍ୟ ଘଟଣାକୁ ଆଧାର କରି ସିନେମା ନିର୍ମାଣ କରିଥାଆନ୍ତି। ଏହି କ୍ରମରେ ସେ ବଲିଉଡ୍‌ ସିନେମା ‘ଫ୍ୟାସନ’ ଦ୍ଵାରା ଗ୍ଲାମର ଦୁନିଆର ଗୁମର ଫିଟାଇ ସମସ୍ତଙ୍କ ନିକଟରେ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଥିଲେ ନିର୍ମାତା ଓ ପ୍ରଯୋଜକ ମଧୁର ଭଣ୍ଡାରକର,  ସେ ଏବେ ପୁଣି ନିଜ ନିର୍ଦ୍ଦେଶନାରେ ଫିଲ୍ମ ‘ଫ୍ୟାସନ’ର ସିକ୍ୱେଲ ଆଣିବାକୁ ଅଣ୍ଟା ଭିଡିଛନ୍ତି। ଆଉ ଫିଲ୍ମର କାହାଣୀକୁ ନେଇ ମଧୁର ଏବେ ପୁରା ପ୍ରସ୍ତୁତ ବୋଲି ନିକଟରେ କହିସାରିଛନ୍ତି ।

ମଧୁର କହିଛନ୍ତି, ‘ମୁଁ ସର୍ବଦା ସମାଜର ସତ୍ୟ ଘଟଣାକୁ ନେଇ ଫିଲ୍ମ କରିବାକୁ ପସନ୍ଦ କରେ । ତେଣୁ ଏଥର ମଧ୍ୟ, ମୁଁ ମୋ ପସନ୍ଦରୁ ଓହରିବି ନାହିଁ କିନ୍ତୁ ଏବେ କାହାଣୀ ଆରମ୍ଭ ହୋଇଛି, ମୁଁ  ଖୁବ୍‌ ଶୀଗ୍ର କାହାଣୀର ବିକାଶରେ ଲାଗିପଡିବି।’

ତେବେ ୨୦୦୮ରରେ ରିଲିଜ ହୋଇଥିବା ‘ଫ୍ୟାସନ’ରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, କଙ୍ଗନା ରଣାଓ୍ଵତ ଓ ମୁଗ୍ଧା ଗଡସେଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ଫିଲ୍ମଟିରେ ମଡେଲିଂ ଦୁନିଆର ଅନ୍ଧାରି ସତ ଓ ଏହି ଗ୍ଲାମର ପଛରେ ଯେ କେତେ କାହାଣୀ ଲୁଚି ରହିଥାଏ, ତାହା ଦେଖାଇବାରେ ସକ୍ଷମ ହୋଇଥିଲେ ନିର୍ଦ୍ଦେଶକ ମଧୁର ଭଣ୍ଡାରକର । ଯାହାକି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe