ମୋତେ ଭୂତ ବେଶରେ ଦେଖିବା ପରେ ପୁଅ କରିଥିଲା ଖୁବ ପ୍ରଶଂସା

Advertisment

 ମାଧୁରୀ ଦୀକ୍ଷିତ୍ ‘ଭୁଲ ଭୁଲେୟା ୩’ ସିନେମାକୁ ନେଇ କହିଛନ୍ତି, ‘ମୋ ପୁଅ ଆମେରିକାରେ ଥାଇ ସିନେମା ଦେଖିବା ପରେ ପରଦାରେ ମୋର ଭୂତ ବେଶକୁ ଦେଖି ଖୁବ ପ୍ରଶଂସା କରିଛି।’

 ମାଧୁରୀ ଦୀକ୍ଷିତ୍ ‘ଭୁଲ ଭୁଲେୟା ୩’ ସିନେମାକୁ ନେଇ କହିଛନ୍ତି, ‘ମୋ ପୁଅ ଆମେରିକାରେ ଥାଇ ସିନେମା ଦେଖିବା ପରେ ପରଦାରେ ମୋର ଭୂତ ବେଶକୁ ଦେଖି ଖୁବ ପ୍ରଶଂସା କରିଛି।’

S

ମୁମ୍ବାଇ: ଚଳିତ ବର୍ଷ ଦୀପାବଳିରେ ଅନିସ୍ ବାଜମିଙ୍କ ‘ଭୁଲ୍ ଭୁଲେୟା ୩’ ରିଲିଜ୍ ହୋଇଥିଲା।  ବକ୍ସ ଅଫିସ କଲେକ୍ସନ ଦେଖିବାକୁ ଗଲେ ‘ଭୁଲ ଭୁଲେୟା ୩’ ୧୭ ଦିନ ମଧ୍ୟରେ ବକ୍ସ ଅଫିସରେ ୨୩୧.୪ କୋଟି ଟଙ୍କା ଆୟ କରିଛି।

 ‘ଭୁଲ ଭୁଲେୟା ୩’ରେ କାର୍ତ୍ତିକ ଆର୍ୟନ, ବିଦ୍ୟା ବାଲାନ୍, ମାଧୁରୀ ଦୀକ୍ଷିତ୍ ଏବଂ ତୃପ୍ତି ଡିମରିଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଥିଲା। ତେବେ ଏହି ସିନେମା ଯେତିକି ସଫଳ‌ ହୋଇ ଚାଲୁଛି ମାଧୁରୀ ବି ସେତିକି ଚର୍ଚ୍ଚାର ପରିସରକୁ ଆସୁଛନ୍ତି।  

ସିନେମା ରିଲିଜ ପରେ ଏକ ସାକ୍ଷାତକାରରେ  ମାଧୁରୀ ‘ଭୁଲ ଭୁଲେୟା ୩’ ସିନେମାକୁ ନେଇ କହିଛନ୍ତି, ‘ମୋ ଦୁଇପୁଅ ଆମେରିକାରେ ରହି ପାଠପଢ଼ୁଛନ୍ତି। ପୁଅ ଆମେରିକାର ଥିଏଟରରେ ତାର ସାଙ୍ଗମାନଙ୍କ ସହ ‘ଭୁଲ ଭୁଲେୟା ୩’ ଦେଖିଥିଲା। ଆଉ ଖୁବ ପ୍ରଶଂସା ବି କରିଛି। ସିନେମା ଦେଖିବା ପରେ ପୁଅ ମୋତେ ଫୋନ କରିଥିଲା। ଆଉ କହିଥିଲା, ‘ମା’ ସିନେମା ଖୁବ ଭଲ ଓ ମଜାଳିଆ ହୋଇଛି। ତୁମକୁ ଭୁତ ଭୂମିକାରେ ଦେଖିବାକୁ ଖୁବ ଭଲ ଲାଗିଥିଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe