୩ କୋଟିର ଟିକସ ଚୋରି ଅଭିଯୋଗରେ ଏ.ଆର ରହମାନଙ୍କ ପାଖକୁ ନୋଟିସ୍ ପଠାଇଲେ ହାଇକୋର୍ଟ

Advertisment
୩ କୋଟିର ଟିକସ ଚୋରି ଅଭିଯୋଗରେ ଏ.ଆର ରହମାନଙ୍କ ପାଖକୁ ନୋଟିସ୍ ପଠାଇଲେ ହାଇକୋର୍ଟ

.bhaskar.com

ମୁ୍ମ୍ବାଇ: ମାଡ୍ରାସ ହାଇକୋର୍ଟ ଓସ୍କାର ପୁରସ୍କାର ବିଜେତା ତଥା ପ୍ରତିଷ୍ଠିତ ମ୍ୟୁଜିକ୍ କମ୍ପୋଜର୍‌ ଏଆର ରହମାନ୍‌ଙ୍କୁ ‌ନୋଟିସ ଜାରି କରି ଆୟକର ସହିତ ଜଡ଼ିତ ମାମଲାର ସ୍ପଷ୍ଟୀକରଣ ମାଗିଛନ୍ତି। ଏଆର ରହମାନଙ୍କ ବିରୋଧରେ ଅଭିଯୋଗ ହୋଇଛି କି ସେ ନିଜର ଚାରିଟେବୁଲ ଟ୍ରଷ୍ଟ ଏଆର ରହମାନ୍ ଫାଉଣ୍ଡେସନ୍ ଜରିଆରେ ୩ କୋଟିରୁ ଅଧିକ ଆୟ କରିଥିଲେ। କାରଣ ତାଙ୍କୁ ଏହି ରାଶିର କର ଦେବାକୁ ପଡ଼ିବ ନାହିଁ।
ଆୟକର ବିଭାଗର ଜଣେ ବରିଷ୍ଠ ଓକିଲଙ୍କ କହିବାନୁସାରେ, ଏଆର ରହମାନ୍‌ ୨୦୧୧-୧୨ରେ ଇଂଲଣ୍ଡର ଲିବ୍ରା ମୋବାଇଲ୍‌ ସହ ଏକ କଲ୍‌ର ଟ୍ୟୁନ୍ ପ୍ରସ୍ତୁତ ପାଇଁ ଚୁକ୍ତି କରିଥିଲେ । ତେବେ ଏଥିପାଇଁ କମ୍ପାନି ପକ୍ଷରୁ ତାଙ୍କୁ ୩.୪୭ କୋଟି ମିଳିଥିଲା । ଏହି ଚୁକ୍ତିରେ ରହମାନ କମ୍ପାନିକୁ କହିଥିଲେ କି ଏହି ରାଶି ସିଧା ତାଙ୍କ ଚାରିଟେବୁଲ ଫାଉଣ୍ଡେସନ୍ ନାମରେ ଟ୍ରାନ୍ସଫର କରାଯାଉ।

Madras HC Issues Notice To AR Rahman Over Tax Evasion Case Filed By IT Department Gonews India

ରହମାନଙ୍କ ବିରୋଧରେ ରୁଜୁ ହୋଇଥିବା ଯାଚିକାରେ ଇନକମ ଟ୍ୟାକ୍ସର କାଉନସିଲ କହିଛନ୍ତି, ଯେଉଁ ଆୟ ଉପରେ ଟ୍ୟାକ୍ସ ରହିଛି ତାହାକୁ ନିଶ୍ଚିତ ଭାବେ ରହମାନଙ୍କୁ ଦେବାକୁ ପଡ଼ିବ। ଟ୍ୟାକ୍ସ କାଟ ପରେ ଏହି ରାଶିକୁ ସେ ଟ୍ରଷ୍ଟକୁ ଦେଇ ପାରିଥାଆନ୍ତେ। କିନ୍ତୁ ଏଭଳି କିଛି କରି ନଥିଲେ ଏଆର । ତେପେ ଏଭଳି ଅଭିଯୋଗକୁ ନେଇ ଏଆର ରହମାନ୍ ଏଯାବତ କୌଣସି ପ୍ରକାର ପ୍ରତିକ୍ରିୟା ଦେଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe