୨୧ ଦିନ ମଧ୍ୟରେ ଋଣ ସୁଝିବାକୁ ଅଭିନେତା ବିଶାଲଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

Advertisment
୨୧ ଦିନ ମଧ୍ୟରେ ଋଣ ସୁଝିବାକୁ ଅଭିନେତା ବିଶାଲଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଚେନ୍ନାଇ: ନିର୍ଦ୍ଧାରିତ ସମୟ ମଧ୍ୟରେ ଋଣ ପରିଶୋଧ କରିନଥିବାରୁ ଏବେ ଅଡୁଆ ପରିସ୍ଥିତିରେ ପଡିଛନ୍ତି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତା ବିଶାଲ | ମିଳିଥିବା ସୂଚନା ମୁତାବକ ଵିଶାଲ ଲାଇକା ପ୍ରଡକ୍ସନ୍ସକୁ ୨୧ କୋଟି ଟଙ୍କାର ଋଣ ପରିଶୋଧ କରିବାରେ ବିଫଳ ହୋଇଛନ୍ତି। ଏହି କାରଣରୁ, ପ୍ରଡକ୍ସନ ହାଉସ ପକ୍ଷରୁ ବିଶାଲଙ୍କ ଫିଲ୍ମ 'ବିରମେ ଭାଗାଇ ସୁଦୁମ'କୁ କୌଣସି ଡିଜିଟାଲ ଏବଂ ସାଟେଲାଇଟ୍‌ରେ ପ୍ରସାରିତ ହେବାକୁ ଦିଆଯିବ ନାହିଁ ବୋଲି କୁହାଯାଇଛି | ଅନ୍ୟପକ୍ଷରେ ମାଡ୍ରାସ ହାଇକୋର୍ଟ ଲାଇକା ପ୍ରଡକ୍ସନ୍ସରୁ ନିଆଯାଇଥିବା ଋଣ ବାବଦରେ ୧୫ କୋଟି ଟଙ୍କା ଦେବାକୁ ବିଶାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। |

ଏହା ସହିତ କୋର୍ଟ ଏହି ଅଭିନେତାଙ୍କୁ ୩ ସପ୍ତାହ ମଧ୍ୟରେ ଏହି ଦେୟ ରସିଦ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଥାଉ କି ଯେ ବିଶାଲ ତାଙ୍କ ଚଳଚ୍ଚିତ୍ର 'ମାରୁଦୁ' ପାଇଁ ଲାଇକା ପ୍ରଡକ୍ସନ୍ସଠାରୁ ୨୧ କୋଟି ଟଙ୍କା ଋଣ ନେଇଥିଲେ। ଡିସେମ୍ବର ୨୦୨୦ ସୁଦ୍ଧା ଏହି ଋଣ ପଇଠ କରିବାକୁ ବିଶାଲ ଲିଖିତ ପ୍ରତିଶୃତି ଦେଇଥିଲେ ବି ଏହି ରାଶି ଠିକ୍ ସମୟରେ ଦେଇପାରିନଥିଲେ | ତେଣୁ ଲାଇକା ପ୍ରଡକ୍ସନ୍ସ ତାଙ୍କୁ ଏକ ନୋଟିସ୍ ପଠାଇଥିଲା |

ଵିଶାଲ ଏହି ନୋଟିସର ଉତ୍ତର ଦେଇନଥିବାରୁ ପ୍ରଡକ୍ସନ ହାଉସ ପକ୍ଷରୁ ମାଡ୍ରାସ ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା। ଆଉ କୋର୍ଟ ଏବେ ବିଶାଲଙ୍କୁ ଋଣ ପଇଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe