୧କୋଟିର କାର୍ କିଣିଲେ ଭାଇରାଲ ଗର୍ଲ ମୋନାଲିସା !

Advertisment
tt

ନୂଆଦିଲ୍ଲୀ: ମହାକୁମ୍ଭରେ ନିଜର ଆଖି ପାଇଁ ଇଣ୍ଟରନେଟ୍ ସେନସେସନ ପାଲଟିଥିଲେ ମୋନାଲିସା। ଲୋକପ୍ରିୟତା ଏତେ ବଢ଼ିଥିଲା ଯେ, ତାଙ୍କ ପାଖକୁ ଫିଲ୍ମ ଓ ମ୍ୟୁଜିକ୍ ଭିଡିଓର ଅଫର ଆସିବାକୁ ଲାଗିଲା। ଏବେ ତାଙ୍କର ଏକ ମ୍ୟୁଜିକ୍ ଭିଡିଓ 'ସାଦଗୀ' ରିଲିଜ୍ ହୋଇଛି, ଯାହା ତାଙ୍କୁ ଆହୁରି ଲୋକପ୍ରିୟ କରାଇଛି। ଏହି ସବୁ ସଫଳତା ମଧ୍ୟରେ ସେ ଏକ ଲଗଜରୀ କାରର ମାଲିକାଣୀ ହୋଇଥିବା ଚର୍ଚ୍ଚା ହେଉଛି।

ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଏକ ଏସୟୁଭିରେ ବସି ନିଜ ମ୍ୟୁଜିକ୍ ଭିଡିଓର ପ୍ରଚାର ପାଇଁ ଯାଉଥିବା ଦେଖାଯାଇଛି। ଏସୟୁଭିଟି ୧କୋଟି ହେବ ବୋଲି ଲୋକେ ଆକଳନ କରୁଛନ୍ତି। ତେବେ କାରଟି ତାଙ୍କର କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ତାଙ୍କର ପ୍ରଥମ ମ୍ୟୁଜିକ୍ ଭିଡିଓ ରିଲିଜ୍ ହେବା ପରେ, ମୋନାଲିସା ଅଧିକ ଲୋକପ୍ରିୟ ହୋଇଛନ୍ତି। ଏବେ ସମସ୍ତେ ତାଙ୍କ ରୋଜଗାର ବିଷୟରେ ଜାଣିବାକୁ ଉତ୍ସୁକ। ଏକ ସାକ୍ଷାତକାରରେ, ସେ ତାଙ୍କ ଆୟ ବିଷୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ କହିଥିଲେ, 'ବାବା ମହାକାଳ ଏବଂ ଗଙ୍ଗା ମା’ଙ୍କ ଆଶୀର୍ବାଦ ଯୋଗୁଁ ମୁଁ ଅଳ୍ପ କିଛି ପାଉଛି ଏବଂ ଯଦି ଲୋକମାନେ ଯାହା କହୁଛନ୍ତି ତାହା ସତ ହୁଏ, ତେବେ ମୁଁ କୋଟି କୋଟି ଟଙ୍କା ପାଇଲେ ଭଲ ହେବ।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe