ମିଥୁନ ଚକ୍ରବର୍ତ୍ତୀଙ୍କ ଭାବି ବୋହୂଙ୍କୁ ଦେଖିଲେ ଆପଣଙ୍କର ମନେ ପଡ଼ିବେ ମହାଭାରତର ଦେବକୀ ,ଜାଣନ୍ତୁ କଥା କ’ଣ

ମିଥୁନ ଚକ୍ରବର୍ତ୍ତୀଙ୍କ ଭାବି ବୋହୂଙ୍କୁ ଦେଖିଲେ ଆପଣଙ୍କର ମନେ ପଡ଼ିବେ ମହାଭାରତର ଦେବକୀ ,ଜାଣନ୍ତୁ କଥା କ’ଣ

ବଲିଉଡ଼ର ମେଗାଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହା ଅକ୍ଷୟ ଚକ୍ରବର୍ତ୍ତୀଙ୍କର ବାହାଘର ତାରିଖ ଇତିମଧ୍ୟରେ ଘୋଷିତ ହୋଇଯାଇଛି। ହଁ ସେ ଏଇ ଜୁଲାଇ ୭ ତାରିଖରେ ବାହା ହେବାକୁ ଯାଉଛନ୍ତି।
ମିଥୁନ୍‌ଙ୍କ ବୋହୂ ହେଉଛନ୍ତି ମଦାଳସା। ସେ ବି ଜଣେ ଅଭିନେତ୍ରୀ। ମଦାଳସା ୨୦୦୯ରେ ଫିଲ୍ମରେ ପ୍ରଥମେ ନାୟିକା ବନିଥିଲେ। ତାଙ୍କ ଅଭିନୀତ ପ୍ରଥମ ସିନେମା ହେଲା ‘ଫିଟିଙ୍ଗ୍‌’(ତେଲୁଗୁ)। ଏହାପରେ କନ୍ନଡ଼ ସିନେମା ‘ଶୌର୍ଯ୍ୟ’ରେ ବି ସେ ଅଭିନୟ କରିଥିଲେ।
ଏବେ ଆସନ୍ତୁ ଜାଣିବା ମଦାଳସାଙ୍କ ପରିଚୟ। ସେ ହେଉଛନ୍ତି ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ ସୁଭାଷ ଶର୍ମାଙ୍କ ଝିଅ। ମଦାଳସାଙ୍କ ମାଆ ହେଲେ ଶିଲା ଶର୍ମା। ଶିଲା ବି.ଆର୍‌.ଚୋପ୍ରାଙ୍କ ଲୋକପ୍ରିୟ ମେଗା ଧାରାବାହିକ ‘ମହାଭାରତ’ରେ ଦେବକୀ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। ଏହାଛଡ଼ା ସେ କେତେକ ହିନ୍ଦୀ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି।
ମଦାଳସା ତାଙ୍କ ମାଆ ଶିଲାଙ୍କ ଭଳି ଖୁବ୍‌ ସୁନ୍ଦରୀ। ମଦାଳସା ଅନେକ ସମୟରେ ନିଜର ହଟ୍‌ ଆଣ୍ଡ୍‌ ବୋଲ୍‌ଡ଼ ଫଟୋ ଇନ୍‌ଷ୍ଟାଗ୍ରାମରେ ସେଆର୍‌ କରି ଚର୍ଚ୍ଚାକୁ ଆସିଛନ୍ତି।

publive-image PHOTO-AMAR UJALA

ମହାଅକ୍ଷୟ ଓ ମଦାଳସାଙ୍କ ବାହାଘର ତାମିଲନାଡ଼ୁର ଉଟ୍ଟିରେ ହେବ। ତେବେ ଉଭୟଙ୍କର ନିର୍ବନ୍ଧ ମୁମ୍ବାଇର ମଡ଼ଆଇଲାଣ୍ଡ୍‌ ହାଉସ୍‌ଠାରେ ହେଉଥିବାର ସୂଚନା ମିଳିଛି। ମିଥୁନ ଚକ୍ରବର୍ତ୍ତୀଙ୍କର ମୋନାର୍କ ହୋଟେଲ ଉଟ୍ଟିଠାରେ ଥିବା ହେତୁ ସେଠାରେ ଏହି ବିବାହ ଉତ୍ସବର ଆୟୋଜନ କରାଯାଉଛି। ଏଥିରେ କେତେକ ବଲିଉଡ଼ ସେଲିବ୍ରିଟି ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି।
ମହାଅକ୍ଷୟ ୨୦୦୮ରେ ଫିଲ୍ମ ‘ଜିମ୍ମି’ରେ ହିରୋ ହୋଇ ବଲିଉଡ଼ରେ ପ୍ରବେଶ କରିଥିଲେ। ତା’ପରେ ଦ ମର୍ଡ଼ରର୍‌, ହଣ୍ଟେଡ୍‌, ଲୁଟ୍‌ ଓ ରକି ଆଦି ସିନେମାରେ ନଜର ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe