ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଏବଂ ଅନ୍ଧବିଶ୍ବାସକୁ ନେଇ ପର୍ଯ୍ୟବସିତ କାହାଣୀ ‘ମହାବାହୁ’। ଏହାର ନାୟକ ଭୂମିକାରେ ଆକାଶ ଦାସନାୟକ ଥିବାବେଳେ ନାୟିକା ଭୂମିକାରେ ଅଛନ୍ତି ପୁନମ୍। ଏଥିରେ ହାସ୍ୟାଭିନେତା ହରିହର ମହାପାତ୍ର, ଉଷସୀ ମିଶ୍ର, ଲିପାକ୍ଷୀ ଦାସ ପ୍ରମୁଖ ଭୂମିକାରେ ଥିବାବେଳେ ଖଳନାୟକ ଭୂମିକାରେ ଅଛନ୍ତି ତପି ମିଶ୍ର। ଅତୀତରେ ‘ଦେଖା ହେଲା ପ୍ରେମ ହେଲା’, ‘ଇନ୍ଦ୍ରଜାଲ’, ‘ଦିଲ୍ରେ ଅଛି ତୋରି ନାଁ’ ଏବଂ ‘ମା ସମଲେଶ୍ବରୀ’ ଆଦି ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଅବତାରରେ ଅବତୀର୍ଣ୍ଣ ହେଇଥିବା ଅଭିନେତା ତପି ମିଶ୍ର ଏବେ ‘ମହାବାହୁ’ରେ ଭୟଙ୍କର ଅବତାରରେ ଉଭା ହେଇଛନ୍ତି। ରମେଶ ବାରିକ ପ୍ରଯୋଜିତ ଏବଂ ଶ୍ରୀତମ୍ ଦାସ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ମହାବାହୁ’ ଚଳିତ ମାସ ୨୫ ତାରିଖରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ଆର୍ଆର୍ ଇଭେଣ୍ଟ ପ୍ରଡକ୍ସନ୍ ପକ୍ଷରୁ ସୂଚନା ମିଳିଛି।
ପ୍ରେକ୍ଷାଳୟକୁ ଆସୁଛନ୍ତି ‘ମହାବାହୁ’
Advertisment
Follow Us