ଇସ୍‌ଲାମ ଆପଣାଇ ନେବି ! ଜାଣନ୍ତୁ କାହିଁକି ଏଭଳି ଧମକ ଦେଲେ ସନୋଜ୍

Advertisment
tnbdqwh

ମୁମ୍ବାଇ: ପ୍ରୟାଗରାଜରେ ଚଳିତ ବର୍ଷ ଆୟୋଜିତ ହୋଇଥିବା ମହାକୁମ୍ଭକୁ ଆସି ଭାଇରାଲ୍ ହୋଇଥିଲେ ମୋନାଲିସା। ତାଙ୍କ ଆଖି ତାଙ୍କୁ ଭାଇରାଲ କରିଥିଲା। ଲୋକପ୍ରିୟତା ବଢ଼ିବା ପରେ ତାଙ୍କୁ ଏକ ଫିଲ୍ମ ପ୍ରଦାନ କରିଥିଲେ ନିର୍ଦ୍ଦେଶକ ସନୋଜ ମିଶ୍ରା। ଏହି ନିର୍ଦ୍ଦେଶକ ପ୍ରାୟତଃ ବିବାଦରେ ରହିଥାନ୍ତି। ତାଙ୍କ ଉପରେ ଦୁଷ୍କର୍ମର ଅଭିଯୋଗ ଲାଗିଥିବା ବେଳେ ଏଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା। ସନୋଜ ଏବେ ଜେଲରୁ ବାହାରକୁ ଆସିଛନ୍ତି ଏବଂ ଜେଲରୁ ବାହାରକୁ ଆସିବା ମାତ୍ରେ ସେ ହିନ୍ଦୁ ଧର୍ମ ଛାଡି ଇସଲାମ ଗ୍ରହଣ କରିବାକୁ ଧମକ ଦେଇଛନ୍ତି।

ସନୋଜ ମିଶ୍ର ଏକ ବିବୃତି ଜାରି କରି କହିଛନ୍ତି ଯେ, ପୂର୍ବତନ ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନଙ୍କ ନିକଟତର ୱସିମ ରିଜଭି ଓରଫ ଜିତେନ୍ଦ୍ର ତ୍ୟାଗୀଙ୍କ ଯୋଗୁଁ ତାଙ୍କୁ ମିଥ୍ୟା ମାମଲାରେ ଜେଲ ଯିବାକୁ ପଡିଲା। ଏହା ତାଙ୍କୁ ବହୁତ ଯନ୍ତ୍ରଣା ଦେଇଛି। ଏପରି ପରିସ୍ଥିତିରେ ସେ ଜିତେନ୍ଦ୍ର ତ୍ୟାଗୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ନିର୍ଦ୍ଦେଶକ ସନୋଜ ମିଶ୍ରା କହିଛନ୍ତି ଯେ, ଯଦି ତାଙ୍କୁ ନ୍ୟାୟ ନମିଳେ ଏବଂ ୱସିମ ରିଜଭି ଓ ତାଙ୍କ ସହଯୋଗୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଲ, ତେବେ ସେ ତାଙ୍କ ପରିବାର ସହିତ ଅଯୋଧ୍ୟା ଧାମ ଯିବେ ଏବଂ ସେଠାରେ ହିନ୍ଦୁ ଧର୍ମ ପରିତ୍ୟାଗ କରି ଇସଲାମ ଗ୍ରହଣ କରିବେ। ଇସଲାମ ଗ୍ରହଣ କରିବା ପରେ ସେହି ସମ୍ପ୍ରଦାୟର ଲୋକମାନେ ତାଙ୍କୁ ନ୍ୟାୟ ଦେବାରେ ସାହାଯ୍ୟ କରିବେ ବୋଲି ସେ କହିଛନ୍ତି।

ସନୋଜ ମିଶ୍ରା ଅଭିଯୋଗ କରିଛନ୍ତି ଯେ, ୱସିମ ରିଜଭି ଲୋକଙ୍କୁ ଭ୍ରମିତ କରିବା ଏବଂ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ହିନ୍ଦୁ ଧର୍ମ ଗ୍ରହଣ କରି ଜିତେନ୍ଦ୍ର ତ୍ୟାଗୀ ହୋଇଛନ୍ତି। ମୁଁ ମାମଲାରେ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିବେଦନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe