ମହାପ୍ରଭୁ ଘରୁ ନେଲେ, ଦର୍ଶନ ଦେଲେ, ପୁଣି ଘରେ ଆଣି ଛାଡ଼ିଲେ

Advertisment

ରଥ ଉପରେ ଶ୍ରୀଜଗନ୍ନାଥ କେମିତି ଦିଶୁଥିବେ, କିପରି ଲୀଳା କରୁଥିବେ, ଏ ସବୁ କଳ୍ପନା ଚକ୍ଷୁରେ ଦେଖି ମୁଁ ସେତେବେଳକୁ ଅନେକ ଗୀତ ଲେଖି ସାରିଥାଏ, କିନ୍ତୁ କେବେ ରଥଯାତ୍ରା ଦେଖି ନଥାଏ। ଏ କଥା ଭାବିଲେ ମନ ଭିତରଟା ଗୋଳେଇଘାଣ୍ଟି ହୁଏ।

ରଥ ଉପରେ ଶ୍ରୀଜଗନ୍ନାଥ କେମିତି ଦିଶୁଥିବେ, କିପରି ଲୀଳା କରୁଥିବେ, ଏ ସବୁ କଳ୍ପନା ଚକ୍ଷୁରେ ଦେଖି ମୁଁ ସେତେବେଳକୁ ଅନେକ ଗୀତ ଲେଖି ସାରିଥାଏ, କିନ୍ତୁ କେବେ ରଥଯାତ୍ରା ଦେଖି ନଥାଏ। ଏ କଥା ଭାବିଲେ ମନ ଭିତରଟା ଗୋଳେଇଘାଣ୍ଟି ହୁଏ।

Neewtwew Project (8)

ରଥ ଉପରେ ଶ୍ରୀଜଗନ୍ନାଥ କେମିତି ଦିଶୁଥିବେ, କିପରି ଲୀଳା କରୁଥିବେ, ଏ ସବୁ କଳ୍ପନା ଚକ୍ଷୁରେ ଦେଖି ମୁଁ ସେତେବେଳକୁ ଅନେକ ଗୀତ ଲେଖି ସାରିଥାଏ, କିନ୍ତୁ କେବେ ରଥଯାତ୍ରା ଦେଖି ନଥାଏ। ଏ କଥା ଭାବିଲେ ମନ ଭିତରଟା ଗୋଳେଇଘାଣ୍ଟି ହୁଏ। ଭାବେ, ଦେଖାଯାଉ କାଳିଆର ଡୋରି କେବେ ଲାଗୁଛି? ପୁରୀର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ବିପିନ ବାରିକ ଓ ମୁଁ ସେ ବର୍ଷ ରଥଯାତ୍ରା ଉପଲକ୍ଷେ ଏକ ଭଜନ ତିଆରି କରୁଥାଉ। ପ୍ରସଙ୍ଗକ୍ରମେ ମୋର ପାଟିରୁ ବାହାରି ଯାଇଥିଲା ଯେ ମୁଁ କେବେ ରଥଯାତ୍ରା ଦେଖିନାହିଁ। ସେ କଥା ସେଇଠି ରହିଲା, ଗୀତ କାମ ଚାଲିଲା। ରଥଯାତ୍ରା ପୂର୍ବଦିନ ଆମ ଘର ଦୁଆରେ ଏକ କାର୍‌ ଅାସି ହର୍ଣ୍ଣ ଦେଲା। ସେ ସମୟରେ ମୋ ପତ୍ନୀ ଜୀବିତ ଥିଲେ ଓ ସେ ଯାଇ ଗେଟ୍ ଖୋଲି ଦେଖନ୍ତି ତ ବିପିନବାବୁ ବାହାରେ ଛିଡ଼ାହୋଇଛନ୍ତି। ହଠାତ୍‌ ତାଙ୍କୁ ଦେଖି ଆମେ ପତିପତ୍ନୀ ଆଶ୍ଚର୍ଯ୍ୟ ହେଲୁ। ସେ ମୋତେ କହିଲେ, ‘‘କେବେ ରଥଯାତ୍ରା ଦେଖିନାହାନ୍ତି ପରା! ଚାଲନ୍ତୁ ରଥ ଦେଖି ଯିବା।’’
ଜାଣିଲି, ଏତେ ଦିନେକେ କାଳିଆର ଡୋରି ଲାଗିଲା। ମୁଁ ବିପିନବାବୁଙ୍କ ସହ ପୁରୀ ଚାଲିଲି। ରଥଯାତ୍ରା ପୂର୍ବ ରାତିର ଦୃଶ୍ୟ ବେଶ୍ ମନୋରମ। ମୁଁ ସେ ରାତିରେ ଶେଷ ଦେବଦାସୀ ପର୍ଶୁଅପାଙ୍କୁ ବି ଭେଟିଲି। ଆମେ ତାଙ୍କ ଘରକୁ ଗଲୁ। ସେଠି ବିଳମ୍ବିତ ରାତି ପର୍ଯ୍ୟନ୍ତ ରହିଲୁ। ସେ ମୋର ଯେଉଁ ଗୀତଟିକୁ ମନ୍ଦିରରେ ପ୍ରତିଦିନ ଗାଆନ୍ତି; ସେଇଟି ଗାଇ ଶୁଣାଇଲେ। ତା’ପରଦିନ ଜୀବନର ପ୍ରଥମ ରଥଯାତ୍ରା ଦେଖାକୁ ଅପେକ୍ଷା କଲି।
ଇଏ ପ୍ରାୟ ୩୦ ବର୍ଷ ତଳର କଥା। ସେ ସମୟରେ ସାମ୍ନାରେ ବସି ରଥଯାତ୍ରା ଦେଖିବା ପାଇଁ ଟିକଟ ବ୍ୟବସ୍ଥା ଥାଏ। ଟିକଟ ଦାମ୍‌ ୫୦୦ ଟଙ୍କା ହୋଇଥିଲେ ବି ମୋ ପାଇଁ ମାଗଣାରେ ବସିବା ବନ୍ଦୋବସ୍ତ ହୋଇଥିଲା। ସାମ୍ବାଦିକ ତଥା ଲେଖକ ବଦ୍ରି ମିଶ୍ର, ବିପିନ ବାରିକ, ରାଜା ଆଚାର୍ଯ୍ୟ, ବଡ଼ଠାକୁରଙ୍କ ବାଡ଼ଗ୍ରାହୀ ରାମ ଆଦି ମିଶି ମୋ ପାଇଁ ଏ ବନ୍ଦୋବସ୍ତ କରିଥାନ୍ତି। ମୁଁ ସେଦିନ ମନଭରି ଶ୍ରୀଜିଉଙ୍କୁ ରଥରେ ଦର୍ଶନକଲି। ସବୁ ବିଧି ଓ ପରମ୍ପରା ଅତି ନିକଟରୁ ଦେଖିଲି। ମନରେ ଆନନ୍ଦ କହିଲେ ନସରେ।
ସିଂହଦ୍ବାର ସାମ୍ନାରୁ ରଥମାନେ ଟଣା ହୋଇ ଗୁଣ୍ଡିଚାକୁ ଗଲେ। ଏବେ ଘରକୁ ଫେରିବା ବିଷୟରେ ଚିନ୍ତାକଲୁ। ହେଲେ ଯେଉଁଭଳି ଭିଡ଼ ଥାଏ, ସେ ସମୟରେ ଘରକୁ ଫେରିବା ଏକ ପ୍ରକାର ଅସମ୍ଭବ। ଚାରିଆଡ଼େ ଖାଲି ମୁଣ୍ଡମାଳ ଓ ଗଦାଗଦା ଚପଲ। ଗାଡ଼ି ପାଖକୁ ଯିବା ପରିସ୍ଥିତି ନଥାଏ। ମୋତେ ବିପିନବାବୁ କହିଲେ, ‘ଆଜି ଯିବା ଅସମ୍ଭବ, ଆମେ କାଲି ଯିବା।’ ମୋ ମନ ଆଡ଼େ ବୁଝୁ ନଥାଏ। ତେଣେ ଘରେ ସମସ୍ତେ ମୋତେ ଅପେକ୍ଷା କରିଥିବେ। କେମିତି ଘରକୁ ଫେରିବି ଭାବୁଥାଏ। ଭିଡ଼ରୁ ବାହାର କରିବାକୁ ଦୁଇଜଣ ହୃଷ୍ଟପୁଷ୍ଟ ସୁଆର ପିଲା ମୋ‌ ଦୁଇ ବାହୁକୁ ଧରି ଟେକି ଟେକି ବାଟ କଢ଼େଇ ନେଉଥାନ୍ତି।
ସେହି ସମୟରେ ମହାପ୍ରଭୁ ଚମତ୍କାର କଲେ। କେହି ଜଣେ ‘ଅଲେଖ ସାର୍, ଅଲେଖ ସାର୍’ ବୋଲି ଡାକୁଥିବାର ମୁଁ ଶୁଣିଲି। ଉପରକୁ ଅନେଇ ଦେଖେ ତ ଛାତରେ ଥିଲେ ଦୂରଦର୍ଶନ କ୍ୟାମେରାମ୍ୟାନ୍ ରବି। ମୁଁ ତାଙ୍କୁ ପଚାରିଲି, ‘ତମେ କଟକ ଫେରିବ କି?’ ସେ କହିଲେ, ‘ହଁ, ମୁଁ ଯିବି, ଆପଣ ଯିବେ କି?’ ମୁଁ ‘ହଁ’ ମାରିଲାରୁ ସେ କହିଲେ, ‘ଚାଲନ୍ତୁ। ମୁଁ ଫେରିବି, ଆପଣଙ୍କୁ ଘରେ ଛାଡ଼ିଦେବି।’ ମୁଁ ତାଙ୍କ ସହ ଘରକୁ ଫେରିଲି। ସେଦିନ ଅନୁଭବ କଲି ଯେ ମହାପ୍ରଭୁ ନେଲେ ଯେମିତି, ମନଭରି ଦର୍ଶନ ଦେଲେ ସେମିତି ଓ ଶେଷରେ ସୁରକ୍ଷିତ ଭାବେ ଘରେ ଆଣି ଛାଡ଼ିଲେ ବି ସେମିତି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe