ମହାଶ୍ବେତାଙ୍କ ନାତୁଣୀବୋହୂ ଡଲି

Advertisment
ମହାଶ୍ବେତାଙ୍କ ନାତୁଣୀବୋହୂ ଡଲି

ଜଗିଂ କରିବା ପାଇଁ ଜନୈକା ଯୁବତୀ ପାର୍କକୁ ଯାଆନ୍ତି। ସେଠାରେ ଜଣେ ଅବସରପ୍ରାପ୍ତ ମହିଳା ଆଇଏଏସ୍ ଅଧିକାରୀଙ୍କ ସହ ତାଙ୍କର ନିୟମିତ ଦେଖାହୁଏ । ଏଇ ଦେଖାସାକ୍ଷାତ୍‌ ଭିତରେ ଉଭୟଙ୍କ ଭିତରେ ଭାବଗତ ସଂପର୍କ ସୃଷ୍ଟି ହୁଏ। ବୃଦ୍ଧାଜଣକ ଯୁବତୀଙ୍କ ସହ ଆତ୍ମୀୟତା ଜମାଇ ଦିଅନ୍ତି। ହେଲେ ଯୁବତୀ ଜାଣି ନଥାନ୍ତି ଯେ ସେ ଯେଉଁ ଯୁବକଙ୍କୁ ଭଲ ପାଉଛନ୍ତି ସେ ଉକ୍ତ ଅବସରପ୍ରାପ୍ତ ମହିଳା ଆଇଏଏସ୍ ଅଧିକାରୀଙ୍କ ନାତି। ତେବେଳେ ଏକଥା ଜଣାପଡ଼େ ସେତେବେଳେ କ’ଣ ଘଟେ, ଆଉ ତା’ପରେ କେମିତି ଉଭୟଙ୍କ ସଂପର୍କ ଗତିଶୀଳ ହୁଏ, ତାହା ଦେଖିବାକୁ ମିଳିବ ନୂଆ ଓଡ଼ିଆ ଛବି ‘ଆଶ୍ରମ’ରେ।

ଏଥିରେ ଜୟଦେବ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ମହାଶ୍ୱେତା ଉପରୋକ୍ତ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଭୂମିକାରେ ଅଛନ୍ତି। ତାଙ୍କ ଅଭିନୀତ ଚରିତ୍ରର ନାଆଁ ରହିଛି ଶ୍ରଦ୍ଧା ସୁମନ। ଆଉ ଯେଉଁ ଯୁବତୀଙ୍କ କଥା କୁହାଯାଉଛି, ସେ ହେଲେ ତନୁଶ୍ରୀ। ଏଥିରେ ତାଙ୍କୁ ଡଲି ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ। ନବାଗତ ସୌମ୍ୟଙ୍କ ବିପକ୍ଷରେ ଏଥିରେ ନଜର ଆସିବେ ସେ। ତନୁଶ୍ରୀଙ୍କ କହିବା ଅନୁଯାୟୀ, ‘ଆଶ୍ରମ’ରେ ସେ ପ୍ରଥମେ ମହାଶ୍ୱେତାଙ୍କ ନାତିର ପ୍ରେମିକା ଓ ପରେ ପତ୍ନୀ ଭୂମିକା ତୁଲାଇଛନ୍ତି। ସିନେମାରେ ମହାଶ୍ୱେତାଙ୍କ ସହ ତାଙ୍କର ବେଶ୍‌ କେତେଟି ଦୃଶ୍ୟ ବି ରହିଛି। ସୁଟିଂ ସମୟରେ ସେ ଖୁବ୍ ସତର୍କ ହୋଇ କାମ କରୁଥିଲେ। ଏହି ଚରିତ୍ରକୁ ନେଇ ତନୁଶ୍ରୀ ଖୁବ୍ ଉତ୍ସାହିତ।‘ଆଶ୍ରମ’ରେ ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ଗିରି, ସୂର୍ଯ୍ୟମୟୀ, ଶ୍ବେତା ଆଚାର୍ଯ୍ୟ, ଶଙ୍କର, ପ୍ରଶାନ୍ତ ପାତ୍ର ଓ ତୁଷାର ଆଚାର୍ଯ୍ୟ ପ୍ରମୁଖଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ‘ଚକ୍ଷୁବନ୍ଧନ’ ଓ ‘ମାୟାବୀ’ ପରି ଚର୍ଚ୍ଚିତ ସିନେମାର ନିର୍ମାତା ତପନ କୁମାର ଦାସଙ୍କ ପ୍ରଯୋଜିତ ‘ଆଶ୍ରମ’ର ନିର୍ଦ୍ଦେଶକ ହେଲେ ସୁଧାଂଶୁ ମୋହନ ସାହୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe