୨୨ ବର୍ଷପରେ ଏକାଠି ହେଲେ ଓଲିଉଡ୍‌ର ଏହି ଦୁଇ ଅଭିନେତ୍ରୀ

Advertisment
୨୨ ବର୍ଷପରେ ଏକାଠି ହେଲେ ଓଲିଉଡ୍‌ର ଏହି ଦୁଇ ଅଭିନେତ୍ରୀ

ଭୁବନେଶ୍ୱର: ଓଲିଉଡ୍‌ର ଦୁଇ ଲୋକପ୍ରିୟ ଅଭିନେତ୍ରୀ ମହାଶ୍ୱେତା ଏବଂ ଅପରାଜିତା ବେଶ୍‌ କିଛି ବର୍ଷର ବ୍ୟବଧାନରେ ପୁଣି ଏକାଠି ହୋଇଛନ୍ତି । ତେବେ ସେ ଦୁହେଁ କୌଣସି ସିନେମାରେ ଏକାଠି କାମ କରୁ ନାହାନ୍ତି। ହଁ ,ସେଦୁହେଁ ଏବେ ଏକ ବିଜ୍ଞାପନ ସିନେମାରେ ଏକାଠି ଆସିଛନ୍ତି। ପ୍ରାୟ ୨୨ ବର୍ଷପରେ ଦୁହେଁ ଏକାଠି ସୁଟିଂ କରିଛନ୍ତି। ମହାଶ୍ୱେତା ଏବଂ ଅପରାଜିତା ଏକ ଅଗରବତୀର ବିଜ୍ଞାପନ ରେ ଖୁବ୍‌ ଶୀଘ୍ର ନଜର ଆସିବେ।
ଓଡ଼ିଆ ସିନେମାରେ ମହାଶ୍ୱେତା ନାୟିକା ଭାବେ ପ୍ରଥମେ ରଶ୍ମୀ ନାମରେ ପରଦାକୁ ଆସିଥିଲେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ସୁପରହିଟ୍‌ ଛବି ‘ଶେଷ ଶ୍ରାବଣ’ (୧୯୭୬)ରେ । ଅପରପକ୍ଷରେ ଅପରଜିତାଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ଶରତ ପୂଜାରୀଙ୍କ ନିର୍ଦ୍ଦେଶିତ ‘ ଅସ୍ତରାଗ ’ ( ୧୯୮୨) । ଏହା ଅବଶ୍ୟ ଭିନ୍ନ କଥା ଯେ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ ଫୁଲଚନ୍ଦନ’ରେ ସେ ଷ୍ଟାର ବନିଥିଲେ ।

ଏକ ସମୟରେ ମହାଶ୍ୱେତା ଓ ଅପରାଜିତାଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଥିଲା । ତେବେ ଏ ଦୁହିଁଙ୍କୁ ପରଦାରେ ଏକାଠି ଆଣିବାର ଶ୍ରେୟ ମିଳିବ ପ୍ରଖ୍ୟାତ ପ୍ରଯୋଜକ ବସନ୍ତ ନାୟକ ଓ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କୁ । ହଁ ଉଭୟଙ୍କ ଉଦ୍ୟମରେ ପ୍ରଥମ ଥର ଲାଗି ଏ ଦୁଇ ନାମୀ ନାୟିକା ପ୍ରଥମ ଥର ଲାଗି ଏକାଠି ସ୍କ୍ରିନ୍‌ ସେୟାର କରିଥଲେ ବ୍ରଜରାଜ ମୁଭିଜ୍‌ର ସୁପରହିଟ୍‌ ମୁଭି ‘ ପକା କମ୍ବଳ ପୋତ ଛତା ’ରେ । ଏଥିରେ ମହାଶ୍ୱେତା ପ୍ରଶାନ୍ତ ନନ୍ଦଙ୍କ ବିପକ୍ଷରେ ଥିବା ବେଳେ ଅପରାଜିତାଙ୍କ ନାୟକ ବନିଥିଲେ ଉତ୍ତମ ମହାନ୍ତି ।

publive-image
୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ‘ପକା କମ୍ବଳ ପୋତ ଛତା ’ରେ ଅନ୍ୟମାନଙ୍କ ମଧ୍ୟରେ ନିହାରୀକା, ପୃଥ୍ଵୀରାଜ, ଦୁଃଖୀରାମ ସ୍ୱାଇଁ, ଜୟୀ ଓ ରାଇମୋହନ ପ୍ରମୁଖ ଅଭିନୟ କରିଥିଲେ । ବାସୁଦେବ ରଥଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe