ଏହି ସିନେମା ପାଇଁ ମହାଶ୍ୱେତା ଭଏସ୍‌ ଡବିଂ କରି ନ ଥିଲେ !

Advertisment
ଏହି ସିନେମା ପାଇଁ ମହାଶ୍ୱେତା ଭଏସ୍‌ ଡବିଂ କରି ନ ଥିଲେ !

‘  ‘ଚିନି’ରେ ମହାଶ୍ୱେତା 

ଓଡ଼ିଆ ସିନେଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଲେ ମହାଶ୍ୱେତା। ସେ ପ୍ରଥମେ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ‘ସିନ୍ଦୂର ବିନ୍ଦୁ’ସିନେମାରେ ଏକ ଗ୍ରୁପ୍‌ ଡ଼୍ୟାନ୍‌ସରେ ଅଭିନୟ କରିଥିଲେ। ହେଲେ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ମହାଶ୍ୱେତାଙ୍କୁ ନାୟିକା ଭୂମିକାରେ ଆଣିଥିଲେ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ‘ଶେଷ ଶ୍ରାବଣ’ରେ।

‘ଶେଷ ଶ୍ରାବଣ’ପରେ ସେ ସମୟର ରଶ୍ମୀ ଓରଫ ପରବର୍ତ୍ତୀ ସମୟର ମହାଶ୍ୱେତା ଆଉ ପଛକୁ ଫେରି ଚାହିଁନାହାନ୍ତି। ସେ ଏହାପରେ ମାଓ ମମତା,ପୂଜା,ହିସାବ ନିକାଶ,ସ୍ୱପ୍ନସାଗର,କାବେରୀ,ଡ଼ୋରା,ଗୃହଲକ୍ଷ୍ମୀ,ପଳାତକ,ପକା କମ୍ବଳ ପୋତ ଛତା,ଜଗାବଳିଆ,ବଗୁଲାବଗୁଲୀ,ଲାଲ୍‌ପାନବିବି,ତୋ ବିନୁ ଆନ୍ୟଗତି ନାହିଁ,କଣ୍ଢେଇ,ଯା ଦେବୀ ସର୍ବଭୂତେଷୁ ଆଦି ବହୁ ଓଡ଼ିଆ ଛବିରେ ନାୟିକା ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଥିଲେ। ପ୍ରତିଟି ସିନେମାରେ ସେ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲେ।

publive-image

ତେବେ ମହାଶ୍ୱେତାଙ୍କ ସଂପର୍କରେ ଏକ ଅଜଣା କଥା ଜଣାଉଛୁ। ତାହା ହେଲା ଯେ ମହାଶ୍ୱେତା ତାଙ୍କ ଅଭିନୀତ ଅଧିକାଂଶ ଛବିରେ ନିଜେ ନିଜର ଭଏସ୍‌ ଡ଼ବିଂ କରିଛନ୍ତି। ହେଲେ ଏମିତି ଏକ ସିନେମା ଅଛି, ଯେଉଁଥିରେ ସେ ନାୟିକା ଭୂମିକା ନିଭାଉଥିଲେ,ହେଲେ ନିଜ ପାଇଁ ଡ଼ବିଂ କରି ନ ଥିଲେ।ଏଭଳି ଯେଉଁ ସିନେମା କ୍ଷେତ୍ରରେ ଘଟିଥିଲା,ତାହା ହେଲା ୧୯୮୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଛବି‘ପଳାତକ’।ଏହି ଫିଲ୍ମର ନିର୍ମାଣ କାର୍ଯ୍ୟ ବେଶ୍‌ କିଛି ବର୍ଷ ଧରି ଚାଲିଥିଲା।ବିଭିନ୍ନ କାରଣରୁ ଏହା କାମ ଅଧାରେ ପଡ଼ିଥିଲା। ହେଲେ ପ୍ରଖ୍ୟାତ ନାମା ପ୍ରଯୋଜକ ଧୀର ବିଶ୍ୱାଳ ଏହି ଫିଲ୍ମକୁ କଂପ୍ଲିଟ୍‌ କରିଥିଲେ।

‘ପଳାତକ’ରେ ଉତ୍ତମ ମହାନ୍ତିଙ୍କ ବିପକ୍ଷରେ ଅଭିନୟ କରିଥିଲେ ମହାଶ୍ୱେତା। ଉଭୟଙ୍କ ମଧ୍ୟରେ ସୁସଂପର୍କ ଥିଲା।ମାତ୍ର କୌଣସି କାରଣରୁ ଫିଲ୍ମରେ ନିଜର ଭଏସ ଡ଼ବିଂ କରି ନ ଥିଲେ ସେ।ଅବଶେଷରେ ବିଶିଷ୍ଟ ଡ଼ବିଂ ଆର୍ଟିଷ୍ଟ ରୀତା ବିଶାଲ ମହାଶ୍ୱେତାଙ୍କ ପାଇଁ ଭଏସ୍‌ ଦେଇଥିଲେ।ଏଠାରେ ସୂଚନାଯୋଗ୍ୟ ରୀତା ବହୁ ସିନେମା ପାଇଁ ଭଏସ୍‌ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe