ଆଜି ଲୋକପ୍ରିୟ ଅଭିନେତ୍ରୀ ମହାଶ୍ୱେତାଙ୍କ ଜନ୍ମଦିନ: ଏହି ଆଗଧାଡ଼ିର ନିର୍ଦ୍ଦେଶକଙ୍କ ଫିଲ୍ମରେ ଆସୁଛନ୍ତି

Advertisment
ଆଜି ଲୋକପ୍ରିୟ ଅଭିନେତ୍ରୀ ମହାଶ୍ୱେତାଙ୍କ ଜନ୍ମଦିନ: ଏହି ଆଗଧାଡ଼ିର ନିର୍ଦ୍ଦେଶକଙ୍କ ଫିଲ୍ମରେ ଆସୁଛନ୍ତି

ଭୁବନେଶ୍ବର: ଆଜି ହେଉଛି ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତ୍ରୀ ମହାଶ୍ୱେତାଙ୍କ ଜନ୍ମଦିନ। ସେ ଆଜି ଷାଠିଏ ବର୍ଷରେ ପଦାର୍ପଣ କରିଛନ୍ତି। ନାୟିକା ଭାବେ ସେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଛବି ‘ଶେଷ ଶ୍ରାବଣ’ ଜରିଆରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ୫୦ରୁ ଅଧିକ ଓଡ଼ିଆ ସିନେମାରେ ନାୟିକା ଏବଂ ଚରିତ୍ର ଅଭିନେତ୍ରୀଭାବେ ଦେଖିବାକୁ ପାଇଛନ୍ତି ଦର୍ଶକ। ଏହାଭିତରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ‘ଜୟଦେବ’ ପୁରସ୍କାରର ବିଜୟିନୀ ବି ହୋଇଛନ୍ତି ମହାଶ୍ୱେତା।

ମହାଶ୍ୱେତାଙ୍କୁ ପୁଣି ଖୁବ୍ ଶୀଘ୍ର ଦର୍ଶକ ବଡ଼ ପରଦାରେ ଦେଖିବାକୁ ପାଇବେ। ଏଠାରେ ଯେଉଁ ସିନେମା କଥା କୁହାଯାଉଛି, ତାର ଟାଇଟଲ ହେଲା ‘ତୋ ନା’ର ମାନେ ହଁ’। ଏହି ସିନେମା ଜରିଆରେ ଓଲିଉଡର ଜଣେ ଲୋକପ୍ରିୟ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ପୁଣି ମହାନାୟିକା ମହାଶ୍ୱେତାଙ୍କୁ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଛନ୍ତି।
ଜୋକର ପ୍ଲସ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ସିନେମାରେ ସମ୍ବିତ, ରୀୟା ଓ କାବ୍ୟା ନାୟକ ନାୟିକା ଭୂମିକାରେ ନଜର ଆସିବେ। ଏତଦବ୍ୟତୀତ ପ୍ରଦ୍ୟୁମ୍ନ ଲେଙ୍କା, ସୋମା ଭୌମିକ ବି ଅଛନ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକାରେ। ଅଭିଜିତ ମଜୁମଦାର ଏହାର ସଙ୍ଗୀତକାର।

publive-image
ସୂଚନାଯୋଗ୍ୟ, ସୁଧାଂଶୁମୋହନ ସାହୁ ତରଙ୍ଗ ସିନେ ପ୍ରଡକ୍ସନର ଫିଲ୍ମ ‘ଚୁମକି ମାଇଁ ଡାର୍ଲିଙ୍ଗ’ରେ ମହାଶ୍ବେତାଙ୍କୁ ପ୍ରଥମ ଥର ଲାଗି ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଥିଲେ। ଏଥିରେ ମହାଶ୍ବେତା ନାୟିକା ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମର ଲିଡ୍ ରୋଲରେ ସମ୍ବିତ ଆଚାର୍ଯ୍ୟ ଥିଲେ। ‘ଚୁମକି ମାଇଁ ଡାର୍ଲିଙ୍ଗ’ରେ ପିଆଲି ଦାସ, ପ୍ରଦୁମ୍ନ ଲେଙ୍କା ଓ ପୁଷ୍ପା ପଣ୍ଡା ପ୍ରମୁଖ ମଧ୍ୟ ଅଭିନୟ କରିଥିଲେ। କାହାଣୀ ଓ ଚିତ୍ରନାଟ୍ୟ ଲେଖିଥିଲେ ଦେବୀଦତ୍ତ ମହାନ୍ତି। ଅଭିଜିତ ମଜୁମଦାର ଏହାର ସଙ୍ଗୀତକାର। ଏହା ଅବଶ୍ୟ ଛୋଟ ପରଦାରେ ପ୍ରଦର୍ଶିତ ହୋଇଥିଲା। ଦେଖାଯାଉ ଦ୍ବିତୀୟ ଥର କିଭଳି କମାଲ୍ କରୁଛନ୍ତି ମହାଶ୍ବେତା ଓ ସୁଧାଂଶୁଙ୍କ ଯୋଡ଼ି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe