ଦୁଇ ବର୍ଷପରେ ପରଦାକୁ ଫେରିଛନ୍ତି ‘ଜୟଦେବ’ପୁରସ୍କାର ବିଜୟିନୀ

Advertisment
ଦୁଇ ବର୍ଷପରେ ପରଦାକୁ ଫେରିଛନ୍ତି ‘ଜୟଦେବ’ପୁରସ୍କାର ବିଜୟିନୀ

????????????????????????????????????

ଭୁବନେଶ୍ୱର: ଓଲିଉଡ଼୍‍ର ଜଣେ ଲୋକପ୍ରିୟ ନାୟିକା ଭାବେ ସତୁରି ଓ ଅଶି ଦଶକର ସର୍ବାଧିକ ଚର୍ଚ୍ଚିତା ଥିଲେ ମହାଶ୍ୱେତା ରାୟ।ସେ ନାୟିକା ଭାବେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଛବି ‘ଶେଷ ଶ୍ରାବଣ’ ଜରିଆରେ ଏଣ୍ଟ୍ରି ନେଇଥିଲେ ଓଲିଉଡ଼୍‍ରେ। ଏହାପରେ ତାଙ୍କୁ ୪୦ରୁ ଅଧିକ ଓଡ଼ିଆ ସିନେମାର ନାୟିକା ଏବଂ ଚରିତ୍ର ଅଭିନେତ୍ରୀଭାବେ ଦେଖିବାକୁ ପାଇଛନ୍ତି ଦର୍ଶକ। ଏହାଭିତରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର‘ଜୟଦେବ’ପୁରସ୍କାରର ବିଜୟିନୀ ବି ହୋଇଛନ୍ତି ମହାଶ୍ୱେତା । ତାଙ୍କର ୨୦୧୭ରେ କୌଣସି ସିନେମା ମୁକ୍ତିଲାଭ କରି ନ ଥିଲା। ତାଙ୍କୁ ଶେଷ ଥରଲାଗି ‘ଦେଲେ ଧରା କଥା ସରେ’ରେ ଦେଖିବାକୁ ପାଇଥିଲେ ସିନେପ୍ରେମୀ। ଏହି ସିନେମାଲାଗି ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବି ଲାଭ କରିଥିଲେ।

publive-image

୨୦୧୮ରେ ସେ ଏକ ଓଡ଼ିଆ ଫିଲ୍ମ ଜରିଆରେ ଓଲିଉଡକୁ ଫେରିଛନ୍ତି। ଏହି ସିନେମା ହେଲା ସୁଧାକର ବସନ୍ତଙ୍କ ନିର୍ଦ୍ଦେର୍ଶିତ ‘ସାଥୀ ତୁ ଫେରିଆ’ । ଏଥିରେ ଦମଦାର୍‌ ଭୂମିକାରେ ଦେଖା ଦେଇଛନ୍ତି ମହାଶ୍ୱେତା। ପ୍ରାୟ ଦୁଇ ବର୍ଷପରେ ସେ ପୁଣି ପରଦାକୁ ଫେରିଛନ୍ତି ସେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe