ଆସନ୍ତାକାଲି ବିଜେପିରେ ସାମିଲ ହେବେ ଅଭିନେତ୍ରୀ ମହାଶ୍ୱେତା ରାୟ

Advertisment
ଆସନ୍ତାକାଲି ବିଜେପିରେ ସାମିଲ ହେବେ ଅଭିନେତ୍ରୀ ମହାଶ୍ୱେତା ରାୟ

ଭୁବନେଶ୍ୱର: ଓଲିଉଡ଼ର ବର୍ଷିଆନ୍‌ ଅଭିନେତ୍ରୀ ମହାଶ୍ୱେତା ରାୟ ସୋମବାର ଭାରତୀୟ ଜନତା ପାର୍ଟିରେ ଯୋଗଦେବାକୁ ଯାଉଛନ୍ତି। ମହାଶ୍ୱେତାଙ୍କ ଯୋଗଦାନ ନେଇ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ରବିବାର ଏହି ସୂଚନା ଦେଇଛନ୍ତି। ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତ୍ରୀ ମହାଶ୍ୱେତା ରାୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ବିଜେପିରେ ଯୋଗଦେବାକୁ ଯାଉଛନ୍ତି।

publive-image

ଏଠାରେ ସୂଚନାଯୋଗ୍ୟ ଯେ, ୧୯୭୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଛବି ‘ଶେଷ ଶ୍ରାବଣ’ରୁ ନାୟିକା ଭାବେ ମହାଶ୍ୱେତା ଓଲିଉଡ଼ରେ ବେଶ୍‌ ଚର୍ଚ୍ଚିତ ହୋଇଥିଲେ। ଏହା ପରେ ସେ ୪୨ ବର୍ଷ ଧରି ଓଲିଉଡ଼ରେ ସକ୍ରିୟ ଅଛନ୍ତି। ତାଙ୍କୁ ଓଡ଼ିଶା ରାଜ୍ୟ ସରକାର ଚଳଚ୍ଚିତ୍ର ପାଇଁ ପ୍ରଦତ୍ତ ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ରେ ମଧ୍ୟ ସମ୍ମାନୀତ କରିଥିଲେ। ତାଙ୍କର ଅଭିନୀତ ଅନ୍ୟ କେତୋଟି ଉଲ୍ଲେଖନୀୟ ସିନେମା ହେଲା - ମା ଓ ମମତା, ଗୌରୀ, ପୂଜା, ହିସାବ ନିକାଶ, ସ୍ୱପ୍ନ ସାଗର, ଜଗାବଳିଆ, ଗୃହଲକ୍ଷ୍ମୀ, କାବେରୀ, ବୋଉ, ଦେଲେ ଧରା କଥା ସରେ ଇତ୍ୟାଦି।

ରାଜନୀତିରେ ଓଡ଼ିଆ ଫିଲ୍ମ ଅଭିନେତା ଓ ଅଭିନେତ୍ରୀ ଯୋଗଦେବା ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଫିଲ୍ମ କଳାକାର ଓଡ଼ିଶାର ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି। ନିକଟରେ ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅନୁ ଚୌଧୁରୀ ବିଜେପିରେ ଯୋଗ ଦେଇଥିଲେ। ତା’ ପୂର୍ବରୁ ହରିହର ମହାପାତ୍ର, ଶ୍ରୀତମ ଦାସ, ପିଙ୍କି ପ୍ରଧାନ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe