Advertisment

ଆଗରୁ ମହାନାୟିକା ମହାଶ୍ବେତା ବନିଥିଲେ, ଏବେ ଛୋଟ ପରଦାର ଏହି ନାମୀ ନାୟିକା ସେହି ନାଆଁରେ ଆସୁଛନ୍ତି

Advertisment
ଆଗରୁ ମହାନାୟିକା ମହାଶ୍ବେତା ବନିଥିଲେ, ଏବେ ଛୋଟ ପରଦାର ଏହି ନାମୀ ନାୟିକା ସେହି ନାଆଁରେ ଆସୁଛନ୍ତି

ଭୁବନେଶ୍ବର:କେତୋଟି ଓଡ଼ିଆ ଟେଲି ଧାରାବାହିକର ନାୟିକା ଉପାସନା ମହାନ୍ତି ଏବେ ବଡ଼ ପରଦାରେ ଆସୁଛନ୍ତି। ହଁ ସେ ଏକ ନୂଆ ରୂପରେ ନଜର ଆସିବେ ଏକ ଓଡ଼ିଆ ସିନେମାରେ, ଯାହାର ଟାଇଟଲ ହେଲା ‘ଚୁମକି ସେତ ପାଣିରେ ବୁଡ଼ିବ ନାହିଁଟି’।
କିଛି ବର୍ଷ ତଳେ ‘ସ୍ପନ୍ଦନ’ ନାଆଁରେଏକ ସିନେମାରେ ପ୍ରଥମେ ଟେଲିଜଗତର ଜଣାଶୁଣା ନାୟିକା ଉପାସନା ମହାନ୍ତିଙ୍କୁ ଦେଖିଥାନ୍ତେ ସିନେପ୍ରେମୀ ,ହେଲେ ଏହି ଓଡ଼ିଆ ସିନେମା ଏ ଯାଏଁ ରିଲିଜ୍ ହୋଇପାରି ନାହିଁ।ଏହି ସିନେମାରେ ନାୟକ ମଣ୍ଟୁଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଭିନୟ କରିଥିଲେ ଉପାସନା ମହାନ୍ତି।

ତେବେ ସେ ଯାହା ହେଉନା କାହିଁକି, ଏବେ ପରଦାରେ ଚୁମକି ସାଜି ଆସୁଛନ୍ତି ଓଲିଉଡର ଲୋକପ୍ରିୟ ନୃତ୍ୟ ନିର୍ଦ୍ଦେଶକ ଗିରିଶ ମହାନ୍ତିଙ୍କ ପତ୍ନୀ ଉପାସନା ମହାନ୍ତି। ଆଗରୁ ୧୯୮୦ରେ ମୁକ୍ତିଲାଭ କରିଥିବା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ମା ଓ ମମତା’ରେ ଚୁମକି ବନିଥିଲେ ମହାନାୟିକା ମହାଶ୍ବେତା।

publive-image

‘ଚୁମକି ସେତ ପାଣିରେ ବୁଡ଼ିବ ନାହିଁଟି’ରେ ‘ସେଲଫିସ ଦିଲ’ ଫେମ୍ ଶ୍ରେୟାନ୍ ନାୟକ ଭୂମିକାରେ ନଜର ଆସିବେ। ଏହାର ପ୍ରଯୋଜନା କରୁଛନ୍ତି ଉପହାର ଏବଂ ଅନୀଶ ଭଦ୍ରା। ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ନୃତ୍ୟ ନିର୍ଦ୍ଦେଶକ ଗିରିଶ ମହାନ୍ତି। ଏହାର କାହାଣୀ ,ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଭରଦ୍ବାଜ ପଣ୍ଡା। ରବୀନ୍ଦ୍ର ବେହେରା ଏହାର ସିନେମାଟୋଗ୍ରାଫର। ବିଭୁତିଭୂଷଣ ‘ଚୁମକି ସେତ ପାଣିରେ ବୁଡ଼ିବ ନାହିଁଟି’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।ଏହାର ସୁଟିଂ ବାରିପଦା ସମେତ ବିଭିନ୍ନ ସ୍ଥାନରେ କରାଯିବ। ଏହା ଏକ ଭିନ୍ନ ଧରଣର ପ୍ରେମ କାହାଣୀ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe